ନିରମା ବିଜ୍ଞାପନରେ ମରାଠା ଯୋଦ୍ଧାଙ୍କ ମଜା ଉଡ଼ାଇ ବିବାଦରେ ଫସିଲେ ଅଭିନେତା ଅକ୍ଷୟ କୁମାର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:  ବିବାଦରେ ଛନ୍ଦି ହୋଇଛନ୍ତି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। ପ୍ରଥମେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏବିଭିପି ପତାକା ଉଡ଼ାଇ ଟ୍ରୋଲ୍‌ ହେବ‌ା ପରେ ଏବେ ୱାସିଂ ପାଉଡର  ‘ନିରମା’ର ବିଜ୍ଞାପନ କରି ବିବାଦ ଭିତରକୁ ପଶିଆସିଛନ୍ତି ଖିଲାଡି କୁମାର। ଜଣାଶୁଣା ୱାସିଂ ପାଉଡର୍ ନିରମାର ବିଜ୍ଞାପନରେ ଜଣେ ମରାଠା ଯୋଦ୍ଧାଙ୍କ ରୂପରେ ନିଜକୁ ଉପସ୍ଥାପିତ କରିବା ସହ ତାଙ୍କୁ ଥଟ୍ଟା କରି ଅଭିନେତା ଅକ୍ଷୟ ବିବାଦ ଘେରକୁ ଆସିଛନ୍ତି। ତାଙ୍କ ବିରୋଧରେ ଏବେ ମରାଠା ଯୋଦ୍ଧାଙ୍କୁ ଥଟ୍ଟା କରିବା ନେଇ ଥାନାରେ ଅଭିଯୋଗ ହୋଇଛି।

ରିପୋର୍ଟ ମୁତାବକ, ଅଭିନେତାଙ୍କ ବିରୋଧରେ ମୁମ୍ବାଇର ୱର୍ଲି ପୁଲିସ ଥାନାରେ ଅଭିଯୋଗ ହୋଇଛି। ଯେଉଁଥିରେ ଅକ୍ଷୟଙ୍କ ବିରୋଧ‌ରେ ମରାଠା ସଂସ୍କୃତିର ଥଟ୍ଟା ଉଡ଼ାଇବା ଏବଂ ଲୋକଙ୍କ ଭାବନାକୁ ଆଘାତ ଦେବାର ଅଭିଯୋଗ ଆସିଛି । ସୋସିଆଲ୍‌ ମିଡିଆରେ ଅକ୍ଷୟ ଏ ନେଇ ଟ୍ରୋଲ୍‌ ହେବା ସହ ଏହି  ବିଜ୍ଞାପନ ପ୍ରସ୍ତୁତ କରିଥିବା କମ୍ପାନିକୁ ମଧ୍ୟ ଲୋକେ ସମାଲୋଚନା କରିଛନ୍ତି । ଏଥିଲାଗି  ନିରମାକୁ ମଧ୍ୟ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ନକାରାତ୍ମକ ଟିପ୍ପଣୀର ସାମ୍ନା କରିବାକୁ ପଡ଼ିଛି।  ଟୁଇଟରରେ ହ୍ୟାସଟାଗ୍‌ ‘ବଏକଟ୍‌ ନିରମା’  ଏବେ ଟ୍ରେଣ୍ଡ କରୁଛି।  ଏଥିସହ ଲୋକେ ଅକ୍ଷୟଙ୍କୁ କ୍ଷମା ମାଗିବାକୁ  କହିଛନ୍ତି।

ସମ୍ବନ୍ଧିତ ଖବର