ପୋକ୍ସୋ, ରେଡ୍‌ ଫ୍ଲାଗ୍‌ ମାମଲାର ତଦନ୍ତ ଶେଷ ପ୍ରକ୍ରିୟା ୧୫ ପ୍ରତିଶତକୁ ହ୍ରାସ ନିର୍ଦ୍ଦେଶ

ଡିଜିଙ୍କ ଭିଡିଓ କନ୍‌ଫରେନ୍ସି˚ ବୈଠକ

କଟକ : ରାଜ୍ୟ ପୁଲିସ୍‌ରେ ଦେଖା ଦେଇଥିବା କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଡିଜି ଅଭୟ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ପୁଲିସ୍‌ କମିସନର, ରେଞ୍ଜ ଆଇଜି, ଡିଆଇଜି, ଏସ୍‌ପି, ଡିସିପିଙ୍କ ସହ ଅଭୟ ବୁଧବାର ଭିଡିଓ କନ୍‌ଫରେନ୍ସି˚ରେ ବୈଠକ କରିଛନ୍ତି। ୫-ଟି ଓ ମୋ ସରକାର ଅଭିଯାନକୁ ସଫଳ କରାଇବା ପାଇଁ ସମସ୍ତ ଅଧିକାରୀମାନେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଡିଜି ପରାମର୍ଶ ଦେଇଛନ୍ତି। ସିସିଟିଏନ୍‌ଏସ୍‌ର ବ୍ୟବହାର ଉପରେ ଡିଜି ଜୋର ଦେଇଥିବା ବେଳେ ପୋକ୍ସୋ ଓ ରେଡ୍‌ ଫ୍ଲାଗ୍‌ ମାମଲା ଗୁଡ଼ିକୁ ପ୍ରାଧାନ୍ୟ ଦେବାକୁ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାର୍ଚ୍ଚ ମାସ ସୁଦ୍ଧା ମାମଲାଗୁଡ଼ିକର ତଦନ୍ତ ଶେଷ କରିବା ହାର ଅତିକମ୍‌ରେ ୧୫ ପ୍ରତିଶତକୁ ଖସିବା ଦରକାର ବୋଲି କୁହାଯାଇଛି। ତଦନ୍ତର ଗୁଣାତ୍ମକ ମାନ ଓ ନିରୀକ୍ଷଣ କରିବାର ମାନ ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଛନ୍ତି।

ବୈଠକରେ ସିସିଟିଏନ୍‌ଏସ୍‌ର କାର୍ଯ୍ୟକାରିତା, ୫-ଟି ଅଧୀନରେ ଥିବା ତିନୋଟି ନୂଆ ପ୍ରକଳ୍ପ ମ୍ୟାନେଜମେଣ୍ଟ ସିଷ୍ଟମ, ମେଡିକୋ ଲିଗାଲ ସିଷ୍ଟମ ଏବ˚ ଇ-ଏଫ୍‌ଆଇଆରର ଲାଗୁ କରିବା ପାଇଁ ପ୍ରସ୍ତୁତ ହେବା, ତଦନ୍ତ ପାଇଁ ଥିବା ମାମଲାର ତର୍ଜମା, ଏନ୍‌ବିଡବ୍ଲୁକୁ କାର୍ଯ୍ୟକାରୀ କରିବା ପାଇଁ ସ୍ବତନ୍ତ୍ର ଡ୍ରାଇଭ୍‌ କରିବା, ଜିଲ୍ଲାସ୍ତରରେ ଏଏସ୍‌ଆଇ, ଲ୍ୟାନ୍ସ ନାଏକ, ହାବିଲଦାରମାନଙ୍କ ପଦୋନ୍ନତି ପାଇଁ ଠିକ୍‌ ସମୟରେ ବୋର୍ଡ ବୈଠକ ଡକାଇବା, ଡିଜିପି ଡିସ୍କ ଓ ରାଜ୍ୟପାଳ ପଦକ ପାଇଁ ନାମାଙ୍କନ ପଠାଇବା, ବିଭିନ୍ନ ପାହ୍ୟାରେ ହେଉଥିବା ଖାଲିସ୍ଥାନ ସ˚ପର୍କରେ ସୂଚନା ପ୍ରଦାନ କରିବା, ଥାନା ପରିସରରେ ଥିବା କଞ୍ଜୁମର ଇଲେକ୍ଟ୍ରିସିଟି ସ˚ଯୋଗକୁ ଅଲଗା କରିବା, ଅଣ ଦରମା କ୍ଷେତ୍ରରେ ଆସୁଥିବା ପାଣ୍ଠିର ସଫଳ ବିନିଯୋଗ, ରାଜ୍ୟ ଆକ୍ସନ ଯୋଜନା ୨୦୨୦-୨୧କୁ ପ୍ରାଧାନ୍ୟ ଦେବା, ଥାନା ମାନଙ୍କୁ ଆସୁଥିବା ମୁଖ୍ୟାଳୟ ଜରୁରିକାଳୀନ ପାଣ୍ଠିକୁ ଠିକ୍‌ ଭାବେ ବିନିଯୋଗ କରିବା ଉପରେ ବିଶେଷ ଭାବେ ଆଲୋଚନା ହୋଇଥିଲା। ବୈଠକରେ ଡିଜିଙ୍କ ବ୍ୟତୀତ ଅତିରିକ୍ତ ଡିଜି (ମୁଖ୍ୟାଳୟ) ବିନୟତୋଷ ମିଶ୍ର, ଅତିରିକ୍ତ ଡିଜି (ଆଇନ୍‌ ଶୃଙ୍ଖଳା) ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି (ଆଧୁନିକୀକରଣ) ରେଖା ଲୋହାନି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର