ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଗଛରେ ଝୁଲି ରହିଥିଲା ୧୫ଫୁଟ ଲମ୍ବାର ଅହିରାଜ, ଲୋକେ କହୁଛନ୍ତି ସାପର ବୟସ ୧୦୦ବର୍ଷ!

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ପ୍ରଜାତିର ସାପ ଅଛନ୍ତି। ଏହି ସାପମାନଙ୍କ ମଧ୍ୟରୁ ସବୁଠାରୁ ବିଷଧର ସାପ ଅହିରାଜକୁ ଧରାଯାଇଥାଏ। ଅହିରାଜ ସାପମାନଙ୍କ ବିଷ ଔଷଧ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଇଥାଏ। କେବଳ ଏତିକି ନୁହେଁ ଅନେକ ହିନ୍ଦୁ ଅଛନ୍ତି, ଯେଉଁମାନେ କି ସାପଙ୍କୁ ପୂଜା କରିଥିବା ଦେଖିବାକୁ ମିଳିଛି।

ନିକଟରେ କିଛି ଲୋକ ଉତ୍ତରପ୍ରଦେଶର ହମିରପୁର ଅଞ୍ଚଳସ୍ଥିତ ମୌଦହା ଦେଇ ଯାଇଥିବା ୩୪ନଂ ଜାତୀୟ ରାଜପଥ ଦେଇ ଯାଉଥିଲେ। ଏହି ସମୟରେ ରାସ୍ତାକଡ଼ରେ ଥିବା ଏକ ଗଛରେ ବିରାଟବଡ଼ ସାପ ଝୁଲି ରହି ଫଣା ଟେକି ରହିଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ସାପକୁ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ପ୍ରବଳ ଭିଡ଼ ବି ଜମିଥିଲା। ସାପଟି ପ୍ରାୟ ୧୫ଫୁଟ ଲମ୍ବା, ୬ ଇଞ୍ଚ ମୋଟା ଓ ୫୦କିଲୋ ଓଜନର ହେବ ବୋଲି ଅନୁମାନ କରାଯାଉଛି । ବହୁ ସମୟ ପର୍ଯ୍ୟନ୍ତ ସାପଟି ଗଛରେ ଝୁଲି ରହିବା ପରେ ଆପଣାଛାଏଁ ଜଙ୍ଗଲ ଭିତରକୁ ଚାଲିଯାଇଥିଲା ।

ଉତ୍ତରପ୍ରଦେଶର ହମିରପୁର ଅଞ୍ଚଳରେ ଏହି  ବିଶାଳକାୟ ଅହିରାଜ ସାପକୁ ଗଛରେ ଝୁଲି ରହିଥିବା ଦେଖି କିଛିଲୋକ ପୂଜାଅର୍ଚ୍ଚନା ଆରମ୍ଭ କରି ଦେଇଥିଲେ । ଆଉ କେତେକ ଲୋକଙ୍କ ମନରେ ଅହିରାଜ ସାପକୁ ଦେଖି ଭୟର ବାତାବରଣ ଖେଳି ଯାଇଥିଲା। ଏହି ସାପଟିକୁ ବହୁତ ଦୁର୍ଲଭ ବୋଲି କୁହାଯାଉଥିବା ବେଳେ ବୟସ ପାଖାପାଖି ୧୦୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ଏତେ ବଡ଼ ଅହିରାଜ ସାପ ବାସ୍ତବରେ ସ୍ଥାନୀୟ ଲୋକ ପୂର୍ବରୁ କେବେ ଦେଖି ନଥିବା କହିବା ସହିତ ଭୟଭୀତ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର