୧୦ରୁ ଅଧିକ ସାଥୀଙ୍କ ସହ ଶାରୀରିକ ସଂପର୍କ ରଖୁଥିବା ବ୍ୟକ୍ତିଙ୍କ ଭିତରେ ରହିଛି ଅଧିକ କର୍କଟ ଆଶଙ୍କା: ଗବେଷଣା

ଲଣ୍ଡନ: ଜଣେ ବ୍ୟକ୍ତି ନିଜ ଜୀବନକାଳ ମଧ୍ୟରେ ୧୦ କିମ୍ବା ତା’ଠାରୁ ଅଧିକ ସାଥୀଙ୍କ ସହ ସମ୍ଭୋଗ କରିବା କର୍କଟ ରୋଗର ସମ୍ଭାବନାକୁ ବୃଦ୍ଧି କରିଥାଏ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି।

ଜର୍ଣ୍ଣାଲ୍‌ ବିଏମ୍‌ଜି ସେକ୍ସୁଆଲ୍‌ ଆଣ୍ଡ୍‌ ରିପ୍ରଡକ୍ଟିଭ୍‌ ହେଲ୍‌ଥରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ମାତ୍ରାଧିକ ସାଥୀଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କର୍କଟର ଏକ ମୁଖ୍ୟ କାରଣ।

New Indian Express

୨୦୧୨-୧୩ ମଧ୍ୟରେ ଅନେକ ପୁରୁଷଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା। ଏହି ଗବେଷଣାରେ ପ୍ରାୟତଃ ୬୪ ବର୍ଷ ବୟସ ଯାଏଁ ଲୋକଙ୍କୁ ଦେଖିବାକୁ ମିଳିଥିଲା। ପ୍ରତି ଚାରି ଜଣଙ୍କ ମଧ୍ୟରୁ ୩ ଜଣ ଥିଲେ ବିବାହିତ। ସେମାନଙ୍କ ମଧ୍ୟରୁ ୨୮.୫ ପ୍ରତିଶତ ପୁରୁଷ କହିଥିଲେ କି ସେମାନଙ୍କର ଶୂନ କିମ୍ବା ଜଣେ ମହିଳାଙ୍କ ସହ ଶାରୀରିକ ସଂପର୍କ ରହିଛି।

୨୯ ପ୍ରତିଶତ ପୁରୁଷ କହିଥିଲେ କି ସେମାନଙ୍କର ୨ ରୁ ୪ ଜଣ ମହିଳାଙ୍କ ସହ ଶାରୀରିକ ସଂପର୍କ ରହିଛି। ୨୦ ପ୍ରତିଶତ ପୁରୁଷ ୫ରୁ ୯ ଜଣଙ୍କ ସହ ସମ୍ଭୋଗ କରୁଥିବାର ଜାଣିବାକୁ ମିଳିଥିଲା। ୨୨ ପ୍ରତିଶତ ପୁରୁଷ କହିଥିଲେ କି ସେମାନଙ୍କର ୧୦ କିମ୍ବା ତା’ଠାରୁ ଅଧିକ ମହିଳାଙ୍କ ସହ ଶାରୀରିକ ସଂପର୍କ ରହିଛି।

ଗବେଷଣାରୁ ଆହୁରି ବି ଜାଣିବାକୁ ମିଳିଛି ଯେ ଶେଷ ଶ୍ରେଣୀର ପୁରୁଷ ଅର୍ଥାତ ‌ଯେଉଁମାନେ ୧୦ରୁ ଅଧିକ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖୁଛନ୍ତି ସେମାନଙ୍କ କ୍ଷେତ୍ରରେ ଅଧିକ ‌ମାତ୍ରାରେ କର୍କଟ ସମସ୍ୟା ଦେଖାଦେଇଛି।

ସମ୍ବନ୍ଧିତ ଖବର