ଆଜି ଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା, ପରୀକ୍ଷା ଦେବେ ୩ଲକ୍ଷ୫୦ହଜାର ୮ଶହ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା । ରାଜ୍ୟରେ ମୋଟ ୩ଲକ୍ଷ ୫୦ହଜାର ୮ଶହ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ମୋଟ ୧୧୪୩ଟି ସେଂଟରେ ଏହି ପରୀକ୍ଷା ହେବ । ପରୀକ୍ଷାରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଏବଂ କପି ରୋକିବା ପାଇଁ ୧୧୪୩ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ୨୦୨ଟି ହବରେ ପରୀକ୍ଷା ପ୍ରଶ୍ନପତ୍ର ରଖିବାର ବ୍ୟବସ୍ଥା ହୋଇଛି ।

ବିଶେଷକରି ପ୍ରଶ୍ନପତ୍ରର ସୁରକ୍ଷା, ବିତରଣ ଏବଂ ଭାଇରାଲ ହେବାରୁ ରୋକିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବ। ସେହିଭଳି ପରୀକ୍ଷାର୍ଥୀଙ୍କ ସମେତ ପରୀକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଫୋନ ବ୍ୟବହାର ଉପରେ ରୋକ ଲଗାଯାଇଛି। ରେଜିଷ୍ଟର କରାଯାଇ ଫୋନ ରଖାଯିବ। କୌଣସି ପରିସ୍ଥିତିରେ କେହି ପରୀକ୍ଷା କେନ୍ଦ୍ରକୁ ଫୋନ ନେଇ ଯାଇପାରିବ ନାହିଁ ବୋଲି କୁହାଯାଇଛି। ସେହିଭଳି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ସମୟରେ କଳା ବଲ୍‌ ପେନ୍‌ ବ୍ୟବହାର କରିବେ। ଉତ୍ତରଖାତାରୁ କାଗଜ ଚିରିବେ ନାହିଁ। ଏଥିସହ ଶୌଚାଳୟକୁ ଗଲେ ପ୍ରଶ୍ନ ନେଇ ଯାଇପାରିବେ ନାହିଁ ବୋଲି କୁହାଯାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତବର୍ଷ ୪ଟି ଷ୍ଟ୍ରିମର ପରୀକ୍ଷା ଫଳ ଏକାସଙ୍ଗରେ ବାହାରିବ ବୋଲି ସୂଚନା ଦେଇଛନ୍ତି ସିଏଚଏସଇର ଡେପୁଟୀ କଂଟ୍ରୋଲର ପ୍ରଶାନ୍ତ ଦାସ ।

ସମ୍ବନ୍ଧିତ ଖବର