କେବଳ ୪ ପ୍ରକାରର କରୋନା ଭାଇରସ ପଶୁ ଶରୀରରୁ ମଣିଷ ଶରୀରକୁ ଆସିପାରେ

ଭୁବନେଶ୍ୱର : କରୋନା ଭାଇରସ ନେଇ ବୈଜ୍ଞାନିକଙ୍କ ଗବେଷଣା ଜାରି ରହିଛି । ଇତିମଧ୍ୟରେ ଏ ସଂପର୍କରେ କେତେକ ନୂଆ କଥା ସାମନାକୁ ଆସିଛି ।
ଗବେଷଣାରୁ ଜଣାପଡ଼ିଛି ଯେ କରୋନା ଭାଇରସ କୌଣସି ଏକ ନିର୍ଦ୍ଦିଷ୍ଟ ଭୁତାଣୁ ନୁହେଁ, ବରଂ ଏହା ଏକ ଭୁତାଣୁ ଶ୍ରେଣୀ । ଏଗୁଡ଼ିକ ପଶୁମାନଙ୍କ ଶରୀରକୁ ସଂକ୍ରମିତ କରି ରୋଗସୃଷ୍ଟି କରିପାରେ ଓ ପଶୁମାନଙ୍କ ଶରୀରରୁ ମାନବ ଶରୀରକୁ ସଂକ୍ରମିତ ହୋଇଥାଏ । କରୋନା ଭାଇରସ ଶ୍ରେଣୀର ଭୁତାଣୁମାନଙ୍କ ମଧ୍ୟରୁ କେବଳ ୪ଟି ଭୁତାଣୁ ପଶୁ ଶରୀରରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥାଏ । ଏଗୁଡ଼ିକ ମଣିଷ ଶରୀରରେ ଶ୍ୱାସସମସ୍ୟା, ଗ୍ୟାଷ୍ଟ୍ରୋଇଣ୍ଟେସନାଲ ସମସ୍ୟା ସୃଷ୍ଟି କରିଥାଏ । ଏହି ସମସ୍ୟାଗୁଡ଼ିକ ସାଧାରଣ ଜ୍ୱର ଥଣ୍ଡାଠାରୁ ଆରମ୍ଭ କରି ଗୁରୁତର ପ୍ରାଣଘାତି ସମସ୍ୟା ହୋଇପାରେ । ଗତ ଦୁଇ ଦଶନ୍ଧିରେ କରୋନାଭାଇରସ ଦ୍ୱାରା ୩ ଥର ବଡ଼ଧରଣର ମହାମାରୀ ଦେଖାଦେଇଛି । ୨୦୦୨ରେ ସାର୍ସ-କରନୋଭାଇରସ, ୨୦୧୨ରେ ମର୍ସ କରୋନା ଭାଇରସ ଓ ଏବେ ସାର୍ସ-କରନୋଭାଇରସ-୨। ସାର୍ସ-କରନୋଭାଇରସ-୨ ଦ୍ୱାରା ହେଉଥିବା ରୋଗକୁ ଡାକ୍ତରୀ ଭାଷାରେ କୋଭିଡ୍‌-୧୯ ବୋଲି କୁହାଯାଉଛି ।
କରୋନା ଭାଇରସର ଟୀକା ଏପର୍ଯ୍ୟନ୍ତ ବାହାରି ନଥିବାବେଳେ ଗବେଷଣା କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଛି । ତେବେ ଟୀକା ବାହାରିବା ପର୍ଯ୍ୟନ୍ତ ଲୋକମାନଙ୍କ ସତର୍କ ରହିବା ସହ ପ୍ରତିଷେଧକମୂଳକ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ସମ୍ବନ୍ଧିତ ଖବର