ଭେଣ୍ଟିଲେଟର କିଣିବାକୁ ଏସ୍‌ଜେଭିଏନ୍‌ ଦେବ ଏକ କୋଟି ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ଉର୍ଜା ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ମିନିରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏସଜେଭିଏନ ଲିଃ କରୋନା ସଂକ୍ରମଣର ମୁକାବିଲା ପାଇଁ ଏକ କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ ନୀତିଗତ ଭାବେ ନିଷ୍ପତ୍ତି ନେଇଛି। ଉଦ୍ୟୋଗର ଅଧ୍ୟକ୍ଷ ତଥା ପରିଚାଳନା ନିେର୍ଦ୍ଦଶକ ନନ୍ଦଲାଲ ଶର୍ମା କହିଛନ୍ତି ଯେ, ଏହି ଅର୍ଥରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେଉଥିବା ଭେଣ୍ଟିଲେଟର କିଣାଯିବ। ଏହି ଭେଂଟିଲେଟର ଗୁଡ଼ିକ ମଧ୍ୟରୁ ୬ଟି ଶିମଳାସ୍ଥିତ ଇନ୍ଦିରା ଗାନ୍ଧୀ ମେଡ଼ିକାଲ କଲେଜ ହସ୍ପିଟାଲ ଓ ୫ଟି ଟଣ୍ତାସ୍ଥିତ ଡକ୍ଟର ରାଜେନ୍ଦ୍ର ପ୍ରସାଦ ମେଡ଼ିକାଲ କଲେଜରେ ବ୍ୟବହୃତ ହେବ।ଏହାଛଡ଼ା ଅବଶିଷ୍ଟ ଭେଂଟିଲେଟରକୁ ଖବେରିର ରାମପୁର ହସ୍ପିଟାଲକୁ ଦିଆଯିବ। ଶ୍ରୀ ଶର୍ମା ଆହୁରି କହିଛନ୍ତି ଯେ, ତାଙ୍କ ସଂସ୍ଥା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଉଛି। ମାସ୍କ, ସାନିଟାଇଜର ଓ ଗ୍ଲୋଭ ଭଳି ଅନ୍ୟାନ୍ୟ ଅତ୍ୟାବଶ୍ୟକ ଡାକ୍ତରୀ ସାମଗ୍ରୀ କିଣିବାକୁ ଏସଜେଭିଏନ ଲିଃ ଆଥିର୍କ ସହାୟତା ଯୋଗାଇ ଦେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର