ଭାରତରେ କରୋନାଭାଇରସ୍: ୭୪୪୭ ଆକ୍ରାନ୍ତ, ୬୪୨ ସୁସ୍ଥ ଓ ୨୩୯ ମୃତ

ନୂଆଦିଲ୍ଲୀ: ଏପ୍ରିଲ୍ ୧୧ ତାରିଖ ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୭୪୪୭ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୬୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୨୩୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୬ ଜଣ, ଆସାମରେ ୧ଜଣ, ବିହାରରେ ୧ଜଣ, ଦିଲ୍ଲୀରେ ୧୩ ଜଣ, ଗୁଜରାଟରେ ୧୯ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ଜଣ, ଜମ୍ମୁ ଓ କଶ୍ମୀରରେ ୪ ଜଣ, ଝାଡ଼ଖଣ୍ଡରେ ୧ଜଣ କର୍ଣ୍ଣାଟକରେ ୬ ଜଣ, କେରଳରେ ୨ଜଣ, ମଧ୍ୟପ୍ରଦେଶରେ ୩୩ ଜଣ, ମହାରାଷ୍ଟ୍ରରେ ୧୧୦ ଜଣ, ଓଡ଼ିଶାରେ ୧ଜଣ, ପଞ୍ଜାବରେ ୧୧ ଜଣ, ରାଜସ୍ଥାନରେ ୩ ଜଣ, ତାମିଲନାଡୁରେ ୮ ଜଣ, ତେଲେଙ୍ଗାନାରେ ୭ ଜଣ, ଉତ୍ତରପ୍ରଦେଶରେ ୪ ଜଣ ଏବଂ ପଶ୍ଚମବଙ୍ଗରେ ୫ ଜଣ ।

Image Source: Zee News

ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆନ୍ଧ୍ରପ୍ରଦେଶ (୩୬୩), ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୧), ଅରୁଣାଚଳ ପ୍ରଦେଶ (୧), ଆସାମ (୨୯), ବିହାର (୬୦), ଚଣ୍ଡିଗଡ଼ (୧୮), ଛତିଶଗଡ଼ (୧୮), ଦିଲ୍ଲୀ (୯୦୩), ଗୋଆ (୭), ଗୁଜରାଟ (୩୦୮), ହରିୟାଣା (୧୭୭), ହିମାଚଳ ପ୍ରଦେଶ (୨୮), ଜମ୍ମୁ ଓ କଶ୍ମୀର (୨୦୭), ଝାଡ଼ଖଣ୍ଡ (୧୪) କର୍ଣ୍ଣାଟକ (୨୦୭), କେରଳ (୩୬୪), ଲଦାଖ (୧୫), ମଧ୍ୟପ୍ରଦେଶ (୪୩୫), ମହାରାଷ୍ଟ୍ର (୧୫୭୪), ମଣିପୁର (୨), ମିଜୋରାମ (୧), ଓଡ଼ିଶା (୪୮), ପୁଦ୍ଦୁଚେରୀ (୫), ପଞ୍ଜାବ (୧୩୨), ରାଜସ୍ଥାନ (୫୫୩), ତାମିଲନାଡୁ (୯୧୧), ତେଲେଙ୍ଗାନା (୪୭୩), ତ୍ରିପୁରା (୧), ଉତ୍ତରାଖଣ୍ଡ (୩୫), ଉତ୍ତରପ୍ରଦେଶ (୪୩୧) ଓ ପଶ୍ଚିମବଙ୍ଗ (୧୧୬) ।

ସମ୍ବନ୍ଧିତ ଖବର