କାମରେ ଲାଗୁନି ୧୦୨ ଗାଡ଼ି: ଡାକ୍ତରଙ୍କ ସମ୍ପର୍କୀୟଙ୍କ ଗାଡିରେ ବୁହା ହେଉଛି ପ୍ରସୂତୀ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି  ବ୍ଲକରେ ଦିନକୁ ଦିନ ସ୍ବାସ୍ଥ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଗତ କିଛି ଦିନ ହେବ ମେଡିକାଲରେ ୧୦୨ ଜନନୀ ସୁରକ୍ଷା ଗାଡି ଥାଇ ମଧ୍ୟ ପ୍ରସୂତୀଙ୍କୁ ଡାକ୍ତରଙ୍କ ସମ୍ପର୍କୀୟଙ୍କ ଗାଡି ଭଡା କରି ଘରକୁ ଯିବା ପାଇଁ କୁହାଯାଉଥିବାର ଅଭିଯୋଗ ହେଉଛି। ଆଜି ଡାକ୍ତରଙ୍କ ସମ୍ପର୍କୀୟଙ୍କ ଭଡା ଗାଡିରେ ଜଣେ ପ୍ରସୂତୀ ନିଜ ଛୁଆକୁ ନେଇ ତାଙ୍କ ଗାଁରେ ଛାଡିଥିବା ଦେଖିବାକୁ ମିଳିଥିଲା। ଖବର ନେବାରୁ ଜଣାପଡିଛି ଯେ ଚନ୍ଦାହାଣ୍ଡି ବ୍ଲକ ଡଙ୍ଗରୀଗୁଡା ଗାଁର କୁମୁଦୁନୀ ନାୟକଙ୍କ ଡାକ୍ତରଖାନାରେ ପ୍ରସବ ହୋଇଥିଲା। ମେଡିକାଲ ରେ ୧୦୨ ଆମ୍ବୁଲାନସ ଉପଲବଧ ଥାଇ ମଧ୍ୟ ସେ ଡାକ୍ତରଙ୍କ ସମ୍ପର୍କୀୟଙ୍କ ଭଡା ଗାଡି ରେ ନିଜ ଘରକୁ ଯିବାର ଦେଖିବାକୁ ମିଳିଥିଲା।

ତେବେ ତାଙ୍କୁ ଉକ୍ତ ଭଡା ଗାଡି କରି ଯିବା ପାଇଁ କୁହାଯାଇଥିବାର ଦାବି ହେଉଛି। ଏପରି ଭାବେ ଗତ ପ୍ରାୟ ୧୫ ଦିନ ହେବ ପ୍ରସୂତୀ ମାନଙ୍କୁ ନେଇ ଭଡା ସୂତ୍ର ରେ ଲଗାଇ ଘରକୁ ଯାଉଥିବା ଅଭିଯୋଗ ହେଉଛି। ଗର୍ଭବତୀ ମାନେ  ପ୍ରସବ ପୂର୍ବ ରୁ ହସ୍ପିଟାଲ୍ କୁ ମାଗଣା ଗାଡ଼ି ରେ ଆସିବା ସହ ପ୍ରସବ ପରେ  ଗର୍ଭବତୀ ମା ଓ ଶିଶୁକୁ ହସ୍ପିଟାଲ୍ ର ୧୦୨ ଆମ୍ବୁଲାନ୍ସରେ ଘରକୁ ଛାଡ଼ିବା ଯୋଜନା ରହିଛି । ଏହି ଘଟଣାର ଉଚ୍ଚ ସ୍ଥରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର