ଭବାନୀପାଟଣା ସଦର ଥାନା ଡ଼କାୟତି ମାମଲା: ୪ ଡ଼କାୟତ ଗିରଫ, ଜଣେ ଜୁଭେନାଇଲ କୋର୍ଟରେ ହାଜର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ପକ୍ଷରୁ ଏକ ଡକାୟତି ଗ୍ୟାଙ୍ଗକୁ ଠାବ କରାଯାଇଛି । ଏହି ଗ୍ୟାଙ୍ଗରେ ୫ ଜଣ ଥିବା ବେଳେ ୪ ଜଣ ଗିରଫ ହୋଇଥିବା ବେଳେ ଆଉ ଜଣେ ନାବାଳକ ଥିବା ଯୋଗୁଁ ତାଙ୍କୁ ଜୁଭେନ୍ନାଇଲ କୋର୍ଟରେ ହାଜର କରାଯାଇଛି । ସେମାନଙ୍କ ଠାରୁ ବିଭିନ୍ନ ଚୋରି ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଥିବା ପୁଲିସ କହିଛି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭବାନୀପାଟଣା ସଦର ଥାନା ଅଞ୍ଚଳରେ ବିଭିନ୍ନ ଡ଼କାୟତି ଓ ଚୋରି ଘଟଣା ରେ ଭବାନୀପାଟଣା ଜୋର ପଡାର ଆକାଶ ନାଏକ(୨୦) ଠେମରା ଗ୍ରାମର ଜଗନ୍ନାଥ ଶବର(୨୦) ଦୁହେଁ ବାଇକ ଚୋରି ଘଟଣା ରେ ସମ୍ପୃକ୍ତ ଥିଲେ । ସେହିଭଳି ବିଭିନ୍ନ ଚୋରି ମାମଲାରେ ଲେବେଡ଼ ଗ୍ରାମର କାଳେଶ୍ୱର ଶବର(୨୮) , ଚିଚର୍ଲା ଗ୍ରାମର ଯତୀନ ମାଝୀ(୨୧) ଓ ଲେବେଡ଼ ଗ୍ରାମର ଜଣେ ୧୭ ବର୍ଷିୟ ନାବାଳକ ବିଭିନ୍ନ ଚୋରି ଘଟଣା ରେ ସମ୍ପୃକ୍ତ ଥିଲେ ।

ପୁଲିସ ସୂଚନା ପାଇ ଏହି ୫ ଜଣିଆ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି । ସେମାନଙ୍କ ଠାରୁ ଏକ ଟ୍ରାକ୍ଟର, ଗୋଟିଏ ଆପାଚି ବାଇକ, ଗୋଟିଏ ବିନା ନମ୍ବର ସ୍କୁଟି ଏବଂ ଏକ ଖେଳନା ବନ୍ଧୁକ ପୁଲିସ ଜବତ କରିଛି । ସଦର ଥାନା ପୁଲିସ ଆଇଆଇସି ଏ ନେଇ କେସନଂ ୧୯୬/୨୦୨୦ରେ ଦଫା ୩୯୯, ୪୦୨ ଆରଡବ୍ଲୁ ସେକସନ ୨୮ ଆରମସ ଆକ୍ଟରେ ଏକ ମାମଲା ରୁଜୁ କରି ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଅନ୍ୟ ଜଣେ ନାବାଳକ ଥିବା ଯୋଗୁଁ ତାଙ୍କୁ ଜୁଭେନ୍ନାଇଲ କୋର୍ଟରେ ହାଜର କରାଯିବା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହି ୪ ଜଣ ଡ଼କାୟତ ଗିରଫ ହେବା ଘଟଣା ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି ।

ସମ୍ବନ୍ଧିତ ଖବର