ଓଜେଇଇ ଆବେଦନ ସମୟ ସୀମା ବୃଦ୍ଧି

ଭୁବନେଶ୍ବର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ଆବେଦନ ଓ ଫି’ ଦାଖଲ ସମୟ ସୀମାକୁ ବୃଦ୍ଧି କରାଯାଇଛି। ବି.ଟେକ୍ ନାମଲେଖା ପାଇଁ ହେବାକୁ ଥିବା ସ୍ବତନ୍ତ୍ର ଓଜେଇଇ ଆବେଦନ ଅବଧିକୁ ଜୁନ୍‌ ୧୫ ଓ ଫି’ ଦାଖଲ ଅବଧିକୁ ମେ’ ୨୦ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି। ପୂର୍ବରୁ ମେ’ ୩୧ ତାରିଖ ଆବେଦନର ଶେଷ ତାରିଖ ରହିଥିଲା।

ସେହିପରି ଏମ୍‌ବିଏ, ଏମ୍‌ସିଏ, ଡିପ୍ଲୋମା, ବି.ଫାର୍ମା, ଏମ୍‌.ଫାର୍ମା, ବି.ଆର୍କ, ଏମ୍‌.ଆର୍କ, ଲାଟେରାଲ ଏଣ୍ଟ୍ରି ଏମ୍‌ବିଏ ଓ ଏମ୍‌ସିଏ ପରି ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍‌ଲାଇନ୍ ଆବେଦନ ଅବଧିକୁ ଜୁନ୍ ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁମାନେ ଫି’ ଦାଖଲ କରିନାହାନ୍ତି ସେମାନେ ଜୁନ୍ ୧୦ ସୁଦ୍ଧା ଦାଖଲ କରିପାରିବେ। ପରୀକ୍ଷା ତାରିଖ ଓ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିବା ସଂକ୍ରାନ୍ତରେ ୩୧ ପରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଓଜେଇଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି।

ସମ୍ବନ୍ଧିତ ଖବର