କୋଭିଡ-୧୯ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଆ ନିର୍ଦେଶକମାନଙ୍କ ବାଜିମାତ୍

୩୬ଟି ଦେଶର ମୋଟ୍ ୧୦୩ଟି ଫିଲ୍ମ ପ୍ରଦର୍ଶିତ

ଭୁବନେଶ୍ବର: କରୋନା ସଂକ୍ରମଣର ମୁକାବିଲା ଲାଗି ଲକଡାଉନ୍ ଘୋଷଣା ବେଳେ ଅନଲାଇନରେ କୋଭିଡ-୧୯ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୬ଟି ଦେଶର ମୋଟ୍ ୧୦୩ଟି ଫିଲ୍ମ ପ୍ରଦର୍ଶିତ ହୋଇଥିବା ଜଣାଯାଇଛି। କୋଭିଡ-୧୯ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଶାରୁ ୧୫ଟି ଫିଲ୍ମ ପ୍ରଦର୍ଶିତ ହୋଇଛି।

ଏଥିମଧ୍ୟରୁ ଓଡ଼ିଶାରୁ ନିର୍ମିତ ‘ହୋଲ୍ଡ ମାଇଁ ହ୍ୟାଣ୍ଡ୍’କୁ ଅଶୋକ ବ୍ରୋଞ୍ଜ ପୁରସ୍କାର ପ୍ରଦାନ କରାଯାଇଛି। ‘କରୋନା ଓ୍ବାରିଅରସ୍’ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଭାବେ ପୁରସ୍କୃତ ହୋଇଛି। ଠିକ୍ ସେହିପରି ‘ଜୟ ଜୟ ଜୟତୁ’  ଶ୍ରେଷ୍ଠ ମ୍ୟୁଜିକାଲ୍ ଡକ୍ୟୁମେଣ୍ଟାରି ଭାବେ ପୁରସ୍କୃତ ହୋଇଛି। ଏହାର ନିର୍ଦେଶକ ହିତେଶ କୁମାର ସ୍ବତନ୍ତ୍ର ଜୁରି ଆଓ୍ବାର୍ଡ ଲାଭ କରିଛନ୍ତି। ଅପରପକ୍ଷରେ ଶିଳ୍ପୀ କେଶୁ ଦାସ ‘କୋଭିଡ-୧୯-ଦ ରାଇଜିଂ ସୁନ୍’ ଲାଗି ପୁରସ୍କାର ପାଇଛନ୍ତି।

ଓଡ଼ିଶାର ମନୀଷ ନାଏକ, ପ୍ରିୟାଂଶୁ ପରିଡ଼ା ଓ ଅନୁଷ୍କା ପ୍ରିୟଦର୍ଶିନୀଙ୍କୁ  ଶ୍ରେଷ୍ଠ ନବାଗତ ନିର୍ଦେଶକ ଭାବେ ପୁରସ୍କାର ପ୍ରଦାନ କରାଯାଇଛି। କୋଭିଡ-୧୯ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଆ ନିର୍ଦେଶକମାନେ ବାଜିମାତ୍ କରିଥିବାରୁ ଏହା ସମସ୍ତ ସିନେପ୍ରେମୀଙ୍କ ପାଇଁ ଖୁସିର ଖବର।

ସମ୍ବନ୍ଧିତ ଖବର