ମାସ୍କ ନଥିବାରୁ ସମାଲୋଚିତ ହେଲେ ସୈଫ-କରୀନା

ଛୋଟେ ନୱାବ ସୈଫ୍‌ ଅଲ୍ଲୀ ଖାନ୍‌ ଓ ଚୁଲ୍‌ବୁଲି ନାୟିକା କରୀନା କପୁର ଏହି ଲକ୍‌ଡାଉନ୍‌ ସମୟରେ ନିଜ ସନ୍ତାନ ତୈମୁର ଅଲ୍ଲୀ ଖାନ୍‌ଙ୍କ ସହ ସମୟ ବିତାଉଛନ୍ତି। ମୁମ୍ବାଇର ମେରାଇନ୍‌ ଡ୍ରାଇଭ୍‌ରେ କିଛି ଦିନ ତଳେ ସୈଫ୍‌ ଓ କରୀନା ନିଜ ଅବକାଶ ସମୟରେ ପୁଅ ତୈମୁରଙ୍କ ସହ ବୁଲୁଥିବାର ଦେଖିବାକୁ ମିଳିଥିଲା। ଏହାର କିଛି ଫ‌ଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଉଭୟ ଦମ୍ପତିଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। କରୋନା ମୁକାବିଲା ପାଇଁ ମାସ୍କ ସମସ୍ତଙ୍କୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ସୈଫ୍‌ କି କରୀନା କେହି ବି ମାସ୍କ ପିନ୍ଧିନଥିଲେ। ଏନେଇ ପ୍ରଶଂସକମାନେ ସେମାନଙ୍କୁ ବିଭିନ୍ନ କମେଣ୍ଟ ମାଧ୍ୟମରେ ସଚେତନ କରିଛନ୍ତି। କେହି ଲେଖିଛନ୍ତି, ‘ଭାରତ କ’ଣ କରୋନାମୁକ୍ତ ହୋଇଗଲା?’, ପୁଣି ଆଉ କିଏ ଲେଖିଛନ୍ତି, ‘ସେଫ୍‌ ତୁମ ମାସ୍କ କୁଆଡ଼େ ଗଲା?’। ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ୍‌ ହୋଇଥିବା ସୈଫ- କରୀନାଙ୍କ ବିନା ମାସ୍କ ପିନ୍ଧା ଫଟୋରେ ପ୍ରଶଂସକ ଏଭଳି ଖପ୍ପା ହୋଇଥିଲେ। କିନ୍ତୁ ଆଉ କିଛି ଫଟୋରେ କରିନା ଓ ସୈଫ୍‌ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି।

ଅନ୍ୟ ଏକ ଭିଡିଓରେ ସୈଫ୍‌ ଓ କରିନାଙ୍କ ପା‌ଖରେ ଜଣେ ପୁଲିସ ଅଧିକାରୀ ତାଗିଦ୍‌ କରୁଥିବା ଦେଖିବାକୁ ମିଳିଛି। ଛୋଟ ପିଲାଙ୍କୁ ବାହାରକୁ ଆଣନ୍ତୁ ନାହିଁ ବୋଲି ‌ସଚେତନ କରାଯାଉଥିଲେ ବି କାହିଁକି ଆଣିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର