ଭାରତରେ ଇଲେକଟ୍ରିକ୍‌ କାର୍‌ ବ୍ୟାଟେରୀ କାରଖାନା ସ୍ଥାପନ କରିବ ହୋଣ୍ଡା

ନୂଆଦିଲ୍ଲୀ: ଭାରତ ସରକାର ଦେଶରେ ଇଲେକଟ୍ରିକ୍‌ ଯାନବାହନ ଚଳାଇବା ଉପରେ ଗୁରୁତ୍ୱ ଦେଉଥିବାରୁ ଆଗାମୀ ଦିନରେ ଭାରତରେ ଇଲେକଟ୍ରିକ ଗାଡ଼ିର ଚାହିଦା ବଢିଯିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନିମାନେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଦେଶୀ କମ୍ପାନି ଟାଟା, ମାରୁତି, ଆଦି ଇଲେକଟ୍ରିକ୍‌ କାର୍‌ର ବ୍ୟବସାୟିକ ନିର୍ମାଣ ପାଇଁ ଯୋଜନା ଚୂଡ଼ାନ୍ତ କରିଥିବାବେଳେ ବିଦେଶୀ ଅଟୋମୋବାଇଲ୍‌ କମ୍ପାନି ଯଥା ହୋଣ୍ଡା ଓ ଟୟୋଟା ଆଦି ଏ କ୍ଷେତ୍ରରେ ଆଗୁଆ ରହିଛନ୍ତି । ଉଭୟ କମ୍ପାନିର କେତେକ ଇଲେକଟ୍ରିକ ଓ ହାଇବ୍ରିଡ୍‌ ମଡେଲ ଇତି ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ପହଞ୍ଚିସାରିଛି ।

ତେବେ ବିଶ୍ୱର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ ବଜାରରେ ଇଲେକଟ୍ରିକ ଯାନର ବିପୁଳ ସମ୍ଭାବନାକୁ ଦୃଷ୍ଟିରେ ରଖି ହୋଣ୍ଡା ଭାରତରେ ଏକ ବ୍ୟାଟେରୀ କାରଖାନା ସ୍ଥାପନ କରିବା ବିଷୟରେ ଚିନ୍ତା କରୁଛି । ଏହା ହେବ ଏକ ଲିଥିୟମ ଆୟନ ବ୍ୟାଟେରୀ କାରଖାନା । ବ୍ୟାଟେରୀ କାରଖାନା ପରେ ଭାରତରେ ଏକ ଇଲେକଟ୍ରିକ ଗାଡ଼ି କାରଖାନା ସ୍ଥାପନ ପାଇଁ ମଧ୍ୟ କମ୍ପାନିର ଯୋଜନା ଥିବା ସୂଚନା ମିଳିଛି । ଏ ସଂପର୍କରେ ହୋଣ୍ଡା କମ୍ପାନିର ଭାରତୀୟ ସବସୀଡାରୀ ହୋଣ୍ଡା କାର୍ସ ଇଣ୍ଡିଆର ବୋର୍ଡରେ ଆଲୋଚନା ହୋଇଛି ବୋଲି ଜଣାପଡ଼ିଛି । ତେବେ ଏଥିରେ କେତେ ପରିମାଣରେ ନିବେଶ ହେବ ସେ ସମ୍ପର୍କରେ ନିଷ୍ପତ୍ତି ହୋଇନାହିଁ । କମ୍ପାନିର ଏହି ଯୋଜନା ପଛରେ ଜାପାନ ସ୍ଥିତ ହୋଣ୍ଡାର ମୁଖ୍ୟାଳୟ ମଧ୍ୟ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବା ଜଣାଯାଇଛି ।

ବିଶ୍ୱର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ ବଜାରରେ ଇଲେକଟ୍ରିକ ଯାନର ବିପୁଳ ସମ୍ଭାବନାକୁ ଦୃଷ୍ଟିରେ ରଖି ହୋଣ୍ଡା ଭାରତରେ ଏକ ବ୍ୟାଟେରୀ କାରଖାନା ସ୍ଥାପନ କରିବା ବିଷୟରେ ଚିନ୍ତା କରୁଛି । ଏହା ହେବ ଏକ ଲିଥିୟମ ଆୟନ ବ୍ୟାଟେରୀ କାରଖାନା । ବ୍ୟାଟେରୀ କାରଖାନା ପରେ ଭାରତରେ ଏକ ଇଲେକଟ୍ରିକ ଗାଡ଼ି କାରଖାନା ସ୍ଥାପନ ପାଇଁ ମଧ୍ୟ କମ୍ପାନିର ଯୋଜନା ଥିବା ସୂଚନା ମିଳିଛି । ଏ ସଂପର୍କରେ ହୋଣ୍ଡା କମ୍ପାନିର ଭାରତୀୟ ସବସୀଡାରୀ ହୋଣ୍ଡା କାର୍ସ ଇଣ୍ଡିଆର ବୋର୍ଡରେ ଆଲୋଚନା ହୋଇଛି ବୋଲି ଜଣାପଡ଼ିଛି ।

କିଛିଦିନ ତଳେ ହୋଣ୍ଡା ଘୋଷଣା କରିଥିଲା ଯେ ୨୦୩୦ ସୁଦ୍ଧା କମ୍ପାନି ନିର୍ମାଣ କରୁଥିବା ମୋଟ କାର୍‌ର ପ୍ରାୟ ୬୫ ପ୍ରତିଶତ ଇଲେକଟ୍ରିକ୍‌ କାର ରହିବ । ଏଗୁଡିକ ମଧ୍ୟରୁ ପ୍ରାୟ ୧୫ ପ୍ରତିଶତ ସଂପୂର୍ଣ୍ଣ ଇଲେକଟ୍ରିକ୍‌ ଗାଡ଼ି ହେବାବେଳେ ଅବଶିଷ୍ଟ ଗୁଡ଼ିକ ହାଇବ୍ରିଡ୍‌ ( ତେଲ ଓ ଇଲେକଟ୍ରିକର ମିଶ୍ରଣ) ଓ ଫୁଏଲ ସେଲ୍‌ ଚାଳିତ ଗାଡି ।

ସୂଚନାଯୋଗ୍ୟ ଯେ ଦେଶର ତୈଳ ଆମଦାନୀ ହ୍ରାସ ଓ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଭାରତ ସରକାର ୨୦୩୦ ସୁଦ୍ଧା କେବଳ ଇଲେକଟ୍ରିକ୍‌ କାର ନିମନ୍ତେ ଅନୁମତି ଦେବାକୁ ବିଚାର କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ କାର୍‌ କମ୍ପାନି ଇଲେକଟ୍ରିକ୍‌ କାର ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ତେବେ ଭାରତୀୟ ଅଟୋମୋବାଇଲ ଶିଳ୍ପ ସଂଘ ସିଆମ କହିଛି ଯେ ୨୦୪୭ ପୂର୍ବରୁ ଭାରତୀୟ ସଂପୂର୍ଣ୍ଣଭାରେ ଇଲେକଟ୍ରିକ୍‌ ଗାଡ଼ି ଚଳାଇବା ସମ୍ଭବ ନୁହେଁ ।

ସମ୍ବନ୍ଧିତ ଖବର