ଲଦାଖ ସୀମାରେ ଚକ୍କର କାଟୁଛି ଚାଇନା ଚପ୍ପର; ପରିସ୍ଥିିତି ଉପରେ ଦିଲ୍ଲୀ ରଖିଛି କଡା ନଜର

ନୂଆଦିଲ୍ଲୀ: ସୀମାରେ ଜଟିଳ ହେଉଛି ସ୍ଥିତି । ଭାରତ-ଚୀନ ସେନା ମୁହାଁମୁହିଁରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୩ ଯବାନ ମୃତାହତ ହୋଇଥିବା ସୂଚନା ରହିଛି । ସୀମାରେ ଚୀନ ଦାଦାଗିରି ଦେଖାଇବା ପରେ ପରିସ୍ଥିତି ସାଙ୍ଘାତିକ ହୋଇଛି । ତେବେ ଲଦାଖର ଗଲୱାନ ଉପତ୍ୟକାରେ ଦୁଇ ଦେଶର ସେନା ଭିତରେ ସଂଘର୍ଷ ପରେ ପରିସ୍ଥିତି ଉତ୍ତେଜନା ପ୍ରବଣ ହୋଇଛି।

ତେବେ ସବୁଠାରୁ ବଡକଥା ହେଉଛି ଚୀନକୁ ଭାରତ ଶକ୍ତ ଝଟକା ଦେବା ପରେ ସୀମାରେ ହଲଚଲ ଆରମ୍ଭ ହୋଇଛି । ଏଲଏସି ନିକଟରେ ଚୀନ ଚପ୍ପରର ଗତିବଧି ବଢିଛି । ଚୀନ ସୀମାରେ ସକ୍ରିୟ ହୋଇଛି  ପିପୁଲସ ଲିବରେସନ୍ ଆର୍ମି ହେଲିକପ୍ଟର । ଏକଥା ଏଏନଆଇ ଟୁଇଟ୍ କରି ସୂଚନା ଦେଇଛି। ତେବେ ଆକାଶରେ ଚାଇନା ହେଲିକପ୍ଟରର ଚକ୍କର ଜୋରଦାର ହୋଇଥିବା ଖବର ଆସୁଛି । ତେବେ ଆହତ ଯବାନଙ୍କୁ ସ୍ଥାନାନ୍ତର ପାଇଁ ହେଲିକପ୍ଟର ମୁତୟନ ହୋଇଥିବା ସୂଚନା ମିଳୁଛି ।

ଲଦାଖର ଗଲଓ୍ଵାନ ଉପତ୍ୟାକାରେ  ତାପମାତ୍ରା ଶୂନଠାରୁ କମ୍  ଥିବା ସହ ଏହା ସମୁଦ୍ରପତ୍ତନଠାରୁ ବହୁ ଉଚ୍ଚରେ ଅବସ୍ଥିତ ହୋଇଥିବାରୁ ଏଠାରେ ଭାରତ ପକ୍ଷରୁ ମଧ୍ୟ ହେଲିକପ୍ଟର ମାଧ୍ୟମରେ ଆହତଙ୍କୁ ଆଣିବା କାମ ଜାରି ରହିଛି।

ସେପଟେ ସୀମାରେ ହଲଚଲ ପରେ ଦିଲ୍ଲୀରେ ବୈଠକ ବସିଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ କରିଛନ୍ତି । ଏଥିସହ ସେନା ପକ୍ଷରୁ କୁହାଯାଇଛି କି ସୋମବାର ରାତିରେ ଗଲୱାନ ଉପତ୍ୟକାର ଯେଉଁଠାରେ ଭାରତୀୟ ଓ ଚୀନ ସେନା ପରସ୍ପରର ସହ ମୁହାଁମୁହିଁ ହୋଇଥିଲେ ଓ ଘଟଣା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଥିଲା, ଏବେ ସେ ସ୍ଥାନରୁ ଚୀନର ସୈନିକମାନେ ହଟିଯାଇଛନ୍ତି। ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ରକ୍ଷା କରିବାକୁ ଭାରତୀୟ ସେନା ବଦ୍ଧପରିକର।

ସମ୍ବନ୍ଧିତ ଖବର