ଭିସୁଟ୍‌ କୁଳପତିଙ୍କୁ ଧମକପୂର୍ଣ୍ଣ ଇ-ମେଲ୍‌ ଘଟଣା : ଆଉ ଜଣେ ସହକାରୀ ପ୍ରଫେସର ନିଲମ୍ବିତ

ସମ୍ବଲପୁର : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌) କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କୁ ଧମକପୂର୍ଣ୍ଣ ଇ-ମେଲ୍‌ ଘଟଣାରେ ଶୁକ୍ରବାର ଆଇଟି ବିଭାଗର ସହକାରୀ ପ୍ରଫେସର ଡ. ପ୍ରଦୀପ୍ତ ଦାସଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଶୃଙ୍ଖଳାଗତ କାରଣ ଦର୍ଶାଇ ଡ.ଦାସଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଗତବର୍ଷ ଜୁଲାଇ ମାସରୁ ବିଶ୍ବବିଦ୍ୟାଳୟରେ ଚାଲିଥିବା ଶିକ୍ଷକ ଆନ୍ଦୋଳନ ଘଟଣାରେ ଅଗଷ୍ଟ ୧୧ ତାରିଖରେ ଡ.ଦାସଙ୍କୁ ନିଲମ୍ବନ କରାଯାଇଥିଲା। ଏନେଇ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କୁ ଯୋଗାଯୋଗ କରାଯିବାରୁ ଡ.ଦାସଙ୍କୁ ନିଲମ୍ବନ କରାଯିବା ଘଟଣାକୁ ସେ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର