କୋଭିଡ ପରୀକ୍ଷା କରାଇବାକୁ ମନା କରିବା ସହ ବଙ୍ଗଳାକୁ ସାନିଟାଇଜ କରିବାକୁ ଦେଲେ ନାହିଁ ଅଭିନେତ୍ରୀ ରେଖା

ମୁମ୍ବାଇ: ବଲିଉଡର ଦିଗ୍ଗଜ ଅଭିନେତ୍ରୀ ରେଖାଙ୍କ ବାନ୍ଦ୍ରା ଠାରେ ଥିବା ବଙ୍ଗଳାକୁ ସିଲ୍ କରାଯାଇଛି। ରେଖାଙ୍କ ବାନ୍ଦ୍ରାସ୍ଥିତ ବଙ୍ଗଳାରେ କାମ କରୁଥିବା ସୁରକ୍ଷାକର୍ମୀ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ବଙ୍ଗଳାର କିଛି ସ୍ଥାନ ସିଲ୍‌ ହୋଇଥିଲା | ତେବେ ସୁରକ୍ଷାକର୍ମୀ କରୋନା ଆକ୍ରାନ୍ତ ହେବା ପରେ ମଧ୍ୟ ରେଖା ତାଙ୍କ କୋଭିଡ ପରୀକ୍ଷା କରିବାକୁ ମନା କରି ଦେଇଥିବା ଜଣା ପଡିଛି। କେବଳ ଏତିକି ନୁହେଁ, ବିଏମସି କର୍ମଚାରୀଙ୍କୁ ମଧ୍ୟ ଅଭିନେତ୍ରୀ ରେଖା ତାଙ୍କ ବଙ୍ଗଳା ସାନିଟାଇଜ କରିବାକୁ ଅନୁମତି ଦେଇନଥିବା ନେଇ ଖବର ସାମ୍ନାକୁ ଆସିଛି |

ସୂଚନା ମୁତାବକ, ଦିଗ୍ଗଜ ଅଭିନେତ୍ରୀଙ୍କ ସୁରକ୍ଷାକର୍ମୀ କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିବା ପରେ ସ୍ୱାସ୍ଥ୍ୟସେବା ଅଧିକାରୀମାନେ ଅଭିନେତ୍ରୀ ତଥା ଅନ୍ୟ କର୍ମଚାରୀଙ୍କ ସମେତ ଘରର ଅନ୍ୟ ସମସ୍ତ ସଦସ୍ୟଙ୍କ କୋଭିଡ ପରୀକ୍ଷା କରିବାକୁ ଚାହୁଁଥିଲେ | କିନ୍ତୁ ରେଖା ଏହା କରିବାକୁ ମନା କରି ଦେଇନଥିବା ନେଇ ସୂଚନା ମିଳିଛି ।

Rekha Refuses To Get Covid-19 Test; BMC Officials Not Allowed To ...
ABP Live – ABP News

ଖବର ଅନୁଯାୟୀ, ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ ମୁମ୍ବାଇର କର୍ମଚାରୀମାନେ ବଙ୍ଗଳାକୁ ସାନିଟାଇଜ କରିବା ପାଇଁ ରେଖାଙ୍କ ଘରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କ ମ୍ୟାନେଜର ଫରଜାନା ସେମାନଙ୍କୁ ଫୋନ୍ ନମ୍ବର ଦେଇଥିଲେ ଏବଂ ଆବଶ୍ୟକ ପ୍ରକ୍ରିୟା କରିବା ପୂର୍ବରୁ ସେମାନଙ୍କୁ ଅଭିନେତ୍ରୀଙ୍କୁ ଫୋନ କରିବାକୁ କହିଥିଲେ। ରେଖାଙ୍କୁ ଫୋନ କରାଯିବା ପରେ ତାଙ୍କ ମ୍ୟାନେଜର କହିଥିଲେ ଯେ, ରେଖାଜୀ ଏବେ ସୁସ୍ଥ ଅଛନ୍ତି | ସେ ନିଜର କୋଭିଡ ପରୀକ୍ଷା କରାଇବାକୁ ଚାହୁଁନାହାନ୍ତି, କାରଣ କରୋନା ସଂକ୍ରମିତ ହୋଇଥିବା ସୁରକ୍ଷାକର୍ମୀଙ୍କ ସଂସ୍ପର୍ଶରେ ସେ ଆସି ନାହାନ୍ତି |

ବିଏମସି ନିକଟ ସୂତ୍ରରୁ ମଧ୍ୟ ଏହି କଥା ସାମ୍ନାକୁ ଆସିଛି | ରେଖାଙ୍କ ଘରକୁ ପଠାଯାଇଥିବା ସାନିଟାଇଜେସନ୍ କର୍ମଚାରୀମାନେ ଘର ବାହାରୁ ଫେରିଥିଲେ ବୋଲି ବିଏମସି ନିକଟ ସୂତ୍ରରୁ ଜଣା ପଡିଛି। ନାମ ଗୋପନ ରଖିବାକୁ ଚାହୁଁଥିବା ଜଣେ ନାଗରିକ ଅଧିକାରୀ ପ୍ରକାଶ କରିଛନ୍ତି ଯେ, ରେଖା ନିଜେ ଏବଂ ତାଙ୍କ କର୍ମଚାରୀଙ୍କର କୋଭିଡ ପରୀକ୍ଷା କରି ରିପୋର୍ଟ ସେମାନଙ୍କ ନିକଟରେ ଦାଖଲ କରିବେ। ତେବେ ଏହି ଖବରକୁ ନେଇ ରେଖା ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହାନ୍ତି |

ସମ୍ବନ୍ଧିତ ଖବର