ସମସ୍ତଙ୍କୁ ଚମକାଇଲେ, ୧୦୫ବର୍ଷର ହୋଇ ମଧ୍ୟ ୯ଦିନରେ କରୋନା ମୁକ୍ତ ହେଲେ ବୃଦ୍ଧା

କୋଲାମ: କରୋନା ଭୂତାଣୁ ଏବେ ସାରା ବିଶ୍ବକୁ କବଳିତ କରିଥିବା ବେଳେ ଅନେକ ଦେଶ ଏହାର ମୁକାବିଲା ପାଇଁ ଲାଗି ପଡ଼ିଛନ୍ତି। ଭାରତ ଟିକା ବିକାଶ କ୍ଷେତ୍ରରେ ଅଗ୍ରଗତି କରୁଥିବା ବେଳେ ଖୁବ୍ ଶୀଘ୍ର କରୋନା ଟିକା ବଜାରକୁ ଆସିବ ବୋଲି ଆଶା କରାଯାଉଛି। ଅନ୍ୟ ଗୁରୁତର ଶାରୀରିକ ସମସ୍ୟା ଥିବା ରୋଗୀ କରୋନା ଭୂତାଣୁ ଦ୍ବାରା କବଳିତ ହେବା ପ‌ରେ ସେମାନଙ୍କ ପାଖରେ କରୋନା ସହ ଲଢ଼ିବାର ଶକ୍ତି କମ ରହୁଥିବା କଥା ଡାକ୍ତର କହୁଥିବା ବେଳେ କେରଳରେ ଜଣେ ୧୦୫ବର୍ଷୀୟା ବୃଦ୍ଧ‌ା ଏହାକୁ ଭୁଲ ପ୍ରମାଣିତ କରିଛନ୍ତି। ବୟସ ସମନ୍ଧିତ ସମସ୍ୟା ଥାଇ ମଧ୍ୟ ବୃଦ୍ଧାଜଣଙ୍କ ମାତ୍ର ୯ଦିନ ମଧ୍ୟରେ କରୋନାକୁ ହରାଇବାରେ ସଫଳ ହୋଇଛନ୍ତି।

105-year-old woman in Kerala beats Covid-19 in nine days - india ...
Hindustan Times

କେରଳର କୋଲାମ ଜିଲ୍ଲାରେ ଥିବା ଆଞ୍ଚଲ ବ୍ଳକର ଥାଜାମେଲ ଗାଁରେ ରହୁଥିବା ବୃଦ୍ଧା ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବୃଦ୍ଧାଙ୍କ ନାତି ଆଞ୍ଚଲ ମାର୍କେଟରେ ମାଛ ବିକ୍ରି କରୁଥିବା ବେଳେ ସେ ଘରକୁ କରୋନା ନେଇ ଆସିଥିଲେ। ବୃଦ୍ଧାଙ୍କ ସମେତ ତାଙ୍କ ପୂରା ପରିବାର କରୋନା ଆକ୍ରାନ୍ତ ହୋଇଥିଲା। ଏହା ପରେ ତାଙ୍କୁ ପାରିପ୍ପଲ୍ଲୀରେ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ତାଙ୍କ ସ୍ବାବ ନମୁନା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ଘରକୁ ଫେରିଛନ୍ତି। ଜୀବନର ପ୍ରତ୍ୟେକ ଜିନିଷ ପ୍ରତି ତାଙ୍କର ସକରାତ୍ମକ ମନୋଭାବ ତାଙ୍କୁ ଏହି ରୋଗକୁ ପରାସ୍ତ କରିବାରେ ସାହାଯ୍ୟ କରିଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର। ପରିବାରର ୫ଜଣ ସଦସ୍ୟ ଏବେ ଡିସଚାର୍ଜ ହୋଇସାରିଥିବା ବେଳେ ଅନ୍ୟ ୪ଜଣଙ୍କର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର