ଖୋର୍ଦ୍ଧାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ପାର କଲା‌, ଜାଣନ୍ତୁ ଏଯାବତ୍‌ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୩୨୧୯ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଥି ମଧ୍ୟରୁ ୧୨୮୮ ଟି ସ୍ଥାନୀୟ ସଂକ୍ରମଣ ଥିବା ବେଳେ ୧୯୩୧ଟି ମାମଲା ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା ଆଜି କେଉଁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କେତେ ରହିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏବେ ଅନୁଗୁଳ ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା ୯୭୫ ଥିବା ବେଳେ ବାଲେଶ୍ବରରେ ୩,୯୩୪, ବରଗଡ଼ରରେ ୨,୩୯୫, ଭଦ୍ରକରେ ୨,୮୧୩, ବଲାଙ୍ଗିରରେ ୧,୮୬୨, ବୌଦ୍ଧରେ ୬୫୪, କଟକ‌ରେ ୮,୯୯୪, ଦେବଗଡ଼ରେ ୨୦୮, ଢେଙ୍କାନାଳରେ ୧,୭୯୬, ଗଜପତିରେ ୨,୯୦୪, ଗଞ୍ଜାମରେ ୧୮,୨୩୮, ଜଗତ୍‌ସିଂହପୁରରେ ୧,୯୮୯, ଯାଜପୁରରେ ୩,୯୯୫, ଝାରସୁଗୁଡ଼ାରେ ୧,୩୮୦, କଳାହାଣ୍ଡିରେ ୧,୪୫୨, କନ୍ଧମାଳରେ ୨,୨୫୭, କେନ୍ଦ୍ରାପଡ଼ାରେ ୧,୯୩୯, କେନ୍ଦୁଝରରେ ୨,୦୭୧, ଖୋର୍ଦ୍ଧା‌ରେ ୧୮,୧୫୯, କୋରାପୁଟରେ ୩,୭୧୫, ମାଲକାନଗିରିରେ ୨,୪୧୮, ମୟୂରଭଞ୍ଜରେ ୩,୭୯୪, ନବରଙ୍ଗପୁରରେ ୧,୧୮୬, ନୟାଗଡ଼ରେ ୩,୧୧୫, ନୂଆପଡ଼ାରେ ୫୫୮, ପୁରୀରେ ୩,୮୫୩, ରାୟଗଡ଼ରେ ୪,୮୬୧, ସମ୍ବଲପୁରରେ ୨,୯୮୪,  ସୁବର୍ଣ୍ଣପୁରରେ ୭୪୬ ଓ ସୁନ୍ଦରଗଡ଼ରେ ୪,୫୩୫ରେ ପହଞ୍ଚିଛି।

୩୨୧୯ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୧୦୯୭୮୦ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୮,୪୪୩ ଥିବାବେଳେ ୮୦,୭୭୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୪୮୪ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୧୮୯୧୦୯୯ଟି କରୋନା ପରୀକ୍ଷା କରାଯାଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ ୫୧୨୪୫ଟି କରୋନା ପରୀକ୍ଷଣ ହୋଇଛି । ସେଗୁଡ଼ିକ ମଧ୍ୟରୁ ୭୬୮୫ଟି ହେଉଛି ଆରଟି-ପିସିଆର ଟେଷ୍ଟ,୪୩୪୭୬ଟି ଆଣ୍ଟିଜେନ ଓ ୮୪ଟି ଟ୍ରୁନାଟ ଟେଷ୍ଟ  ।

ସମ୍ବନ୍ଧିତ ଖବର