ଫେସ୍‌ବୁକ୍‌ ଲାଇଭ୍‌ରେ ଗଞ୍ଜାମ ଜିଲ୍ଲାପାଳ: ଜିଲ୍ଲାରେ ମାସକରେ ୨ଲକ୍ଷ ୧୪ କୋଭିଡ଼୍ ପରୀକ୍ଷା, ସ˚କ୍ରମଣ କମିଛି  

ପ୍ରବାସୀଙ୍କ ପରିଚାଳନା ଜିଲ୍ଳାର ଏକ ବଡ ଅପରେଶନ, ଆସନ୍ତା ସପ୍ତାହରେ ସମୁହ ସ୍ବାସ୍ଥ୍ୟ ଯାଞ୍ଚ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ସ˚କ୍ରମଣ କମିଛି। କିନ୍ତୁ ଏହାକୁ ନେଇ ଖୁସି ହେବାର କିଛି ନାହିଁ। ଆମ ଲାଗି ସେପ୍ଟେମ୍ବର ମାସ ବହୁତ ଗୁରୁତ୍ବପୂର୍ଣ୍ଣ। ଏହି ମାସରେ ଆମକୁ ଅଧୃକ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ଘରୁ ବାହାରିବା କ୍ଷଣି ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ବ ଅବଲମ୍ବନ କରିବା ଲାଗି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଫେସବୁକ୍‌ ଲାଇଭ୍‌ରେ ଆସି ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି। ଏଥିସହ ଗଞ୍ଜାମରେ କୋଭିଡ଼୍ ସ୍ଥିତିରେ ସୁଧାର ଆସିବାର ମନ୍ତ୍ର ମଧ୍ୟ ଲୋକଙ୍କ ଜଣାଇଛନ୍ତି।

ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଫେସ୍‌ବୁକ୍‌ ଲାଇଭରେ ଜିଲ୍ଲାର କୋଭିଡ଼୍ ପରିଚାଳନାର ସାମଗ୍ରିକ ଚିତ୍ରକୁ ଜନସାଧାରଣଙ୍କ ନିକଟରେ ରଖିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ, ପ୍ରବାସୀ ଟ୍ରେନରେ ଆସିବା ଠାରୁ ସଙ୍ଗରୋଧ ଶେଷ କରିବା ଏକ ବଡ ଅପରେଶସନ ଥିଲା। ଏହି ଅପରେଶନ ଏପ୍ରିଲ ଶେଷ ସପ୍ତାହରୁ ଜୁଲାଇ ପର୍ଯ୍ୟନ୍ତ ଚାଲିଥିଲା। ୨ଶହ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଓ ୨ହଜାର ବସ୍‌ ମାଧ୍ୟମରେ ଜିଲ୍ଲାକୁ ୪ ଲକ୍ଷରୁ ଅଧିକ ପ୍ରବାସୀ ଫେରିଛନ୍ତି। ଗୋଟିଏ ଦିନରେ ୧୬ଟି ଟ୍ରେନରେ ୧୭ହଜାର ପ୍ରବାସୀ ଫେରିଥିଲେ। ଟିମ୍‌ ଗଞ୍ଜାମ ରାତି ଅନିଦ୍ରା ରହି ସବୁ କାମ କରିଛନ୍ତି। ସରପଞ୍ଚ ଓ ତାଙ୍କ ଟିମ୍‌ ସମସ୍ତ ପ୍ରବାସୀଙ୍କ ଆନୁଷ୍ଠାନିକ ସଙ୍ଗରୋଧ ଓ ଗୃହ ସଙ୍ଗରୋଧ ସଠିକ ପରିଚାଳନା କରିଛନ୍ତି।

ସୁରତ, ମୁମ୍ବାଇରେ ଏବେ ସ˚କ୍ରମଣ ଅଧିକ ରହିଛି। ଏଭଳି ସ୍ଥିତିରେ ଯଦି ପ୍ରବାସୀମାନେ ଗଞ୍ଜାମ ଫେରିଥାନ୍ତି ତେବେ ସ୍ଥିତି ଆହୁରି ସଙ୍ଗିନ ହୋଇଥାନ୍ତି। ତେଣୁ ରାଜ୍ୟ ସରକାର ପ୍ରବାସୀଙ୍କୁ ସେହି ସମୟରେ ଆଣି ସଠିକ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ କହିଛନ୍ତି। ଦୋକାନୀଙ୍କ ଦ୍ବାରା ଜିଲ୍ଳାରେ ସ୍ଥାନୀୟ ସ˚କ୍ରମଣ ଆରମ୍ଭ ହୋଇଥିଲା। ଜୁଲାଇ ୨୩ରେ ପଜିଟିଭ ହାର ୮୭ ପ୍ରତିଶତରେ ପହଞ୍ଚିଥିଲା। ଏବେ ଜିଲ୍ଲାରେ ପଜିଟିଭ ହାର ୨ ପ୍ରତିଶତ ରହିଛି। କରୋନା ଯୋଦ୍ଧା ସ˚କ୍ରମିତ ହେବା କିଛି ମାତ୍ରା କମିଛି। କୋଭିଡ଼୍ ଯୋଦ୍ଧାଙ୍କୁ ସୁରକ୍ଷା କବଚ ମାସ୍କ, ସାନିଟାଇଜର, ପିପିଇକିଟ୍‌ ଆଦି ଯୋଗାଇ ଦିଆଯାଉଛି। କରୋନାରେ ମୃତ୍ୟୁ ବରଣ କରିଥିବା କୋଭିଡ଼୍ ଯୋଦ୍ଧାଙ୍କ ପରିବାରଙ୍କୁ ପେନସନ୍‌ ପ୍ରଦାନ ଆରମ୍ଭ ହୋଇଛି।

ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ସମୁହ ସ୍ବାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ୨ଶହ ଡାକ୍ତର ଟିମ୍‌ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରିବା ଯୋଗୁ ନୂଆ ସ˚କ୍ରମିତଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରିଲା। ଜୁନ୍‌ ମାସ ୪୭୪୦ କୋଭିଡ଼୍ଟେଷ୍ଟ ହୋଇଥିଲା। ଜୁଲାଇରେ ୨୩ହଜାର ୮୩ ଟେଷ୍ଟ ହୋଇଥିଲା। ଜିଲ୍ଲାରେ କେବଳ ଅଗଷ୍ଟ ମାସରେ ୨ଲକ୍ଷ ୧୪ହଜାର ଟେଷ୍ଟ ହୋଇଛି। ଆଉ କିଛି ଦିନ ମଧ୍ୟରେ ଜିଲ୍ଲା କୋଭିଡ଼୍ ଟେଷ୍ଟ ୩ଲକ୍ଷ ଛୁଇଁବ। ଜିଲ୍ଲାର କୋଭିଡ଼୍ ନମୁନା ପରୀକ୍ଷା ଜାତୀୟ ହାର ଠୁ ଅଧିକ ରହିଛି। ଜାତୀୟ ସ୍ତରରେ ୧୦ଲକ୍ଷ ଲୋକରେ ୩୦ହାଜର ନମୁନା ପରୀକ୍ଷା ହୋଇଥିବା ବେଳେ ଗଞ୍ଜାମରେ ୭୧ ୦୨୧ହଜାର ନମୁନା ହେଉଛି। ଆସନ୍ତା ସପ୍ତାହ ରୁ ପୁଣି ଜିଲ୍ଲାରେ ସମୁହ ସ୍ବାସ୍ଥ୍ୟ ଆରମ୍ଭ କରାଯିବ ବୋଲି ଫେସ୍‌ବୁକ୍‌ ଲାଇଭ ମାଧ୍ୟମରେ ସୂଚନା ଦେଇଛନ୍ତି। ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ଜିଲ୍ଲାର ସୁସ୍ଥହାର ବୃଦ୍ଧି ପାଉଛି। ଜୁନ୍‌ରେ ୭୦୫ଜଣ ସୁସ୍ଥ ହୋଇଥିଲେ। ଜୁଲାଇରେ ୬ହଜାର ୩ଶହ ଏବ˚ ଅଗଷ୍ଟ ୮ହାଜର ୯ଶହ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର