୪୭ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର

ନୂଆଦିଲ୍ଲୀ : ଆଜି ଗୁରୁ ଦିବସ ପାଳନ ଅବସରରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ୪୭ ଜଣ କୃତୀ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର-୨୦୨୦’ ପ୍ରଦାନ କରିଛନ୍ତି। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଏବଂ ଛାତ୍ରଛାତ୍ରୀଙ୍କୁ ଅଭିନବ ପ୍ରଣାଳୀରେ ଶିକ୍ଷାଦାନ କରିଥିବାରୁ ଏହି ଶିକ୍ଷକମାନଙ୍କୁ ରାଷ୍ଟ୍ରପତି ଗୁରୁ ଦିବସ ଅବସରରେ ସମ୍ବର୍ଦ୍ଧିତ କରିଛନ୍ତି। ଭର୍ଚୁଆଲ୍‌ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର