ଜନ୍ମ ତାରିଖ (ମୂଳାଙ୍କ)ରୁ ୨୦୧୮ରେ ଭାଗ୍ୟ ଜାଣନ୍ତୁ:୬, ୧୫ ଓ ୨୪ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ଛଅ (୬)

ଏ ବର୍ଷ ଆପଣଙ୍କର ପ୍ରୟାସ ଆପଣଙ୍କୁ ସଫଳତାର ଶୀର୍ଷ ଆଡ଼କୁ ଆଗେଇ ନେଇଯିବ। ଏଥିପାଇଁ ଅପ୍ରେଲରୁ ଅକ୍‌ ଟୋବର ମାସ ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ବର୍ଷର ପ୍ରଥମାର୍ଧରେ ବ୍ୟବସାୟ ଲାଗି ନୂଆ ପ୍ରସ୍ତାବ ଓ ପ୍ରକଳ୍ପ ପାଇବେ। ଗତବର୍ଷ ଯେଉଁମାନେ ପାଣ୍ଠି ଅଭାବ ହେତୁ ଶିଳ୍ପ ସଂସ୍ଥା ଗଢ଼ିବାରେ ଅସଫଳ ହୋଇଥିଲେ, ସେମାନେ ଅପ୍ରେଲରୁ ଅଗଷ୍ଟ ମାସ ଭିତରେ ସରକାରୀ ସହଯୋଗ ପାଇପାରିବେ। ସିନେମା, ବିଜ୍ଞାପନ ଓ ପ୍ରସାଧନ ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ନିଜ ନିଜ ଲକ୍ଷ୍ୟସ୍ଥଳରେ ବିନା ବାଧାର ପହଞ୍ଚି ପାରିବେ ଓ ଆୟରେ ଯଥେଷ୍ଟ ବୃଦ୍ଧି ହେବ। ଚାକିରି ତଲାସରେ ଥିବା ବ୍ୟକ୍ତିମାନେ ଏ ବର୍ଷ ନୂଆ କଂପାନିରେ ନିଯୁକ୍ତି ପାଇପାରିବେ। ପୈତୃକ ସଂପତ୍ତିକୁ ନେଇ ବିବାଦର ସ୍ଥିତି ସୃଷ୍ଟି ହେବାର ସମ୍ଭାବନା। ୨୪ରୁ ୩୩ ବର୍ଷର ଯୁବତୀମାନେ ରାଜ୍ୟ ବାହାରେ ବିବାହ କରିବେ। ଅବିବାହିତମାନେ ଅପେକ୍ଷା କରନ୍ତୁ; ଜୁନ୍‌, ଜୁଲାଇ ମାସରେ ଖୁବ୍‌ ମଜା କରିବା ଲାଗି ନୂଆ ସାଥୀ ପାଇବେ। ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ। ଚକ୍ଷୁ ଓ ମୂତ୍ରଯନ୍ତ୍ର ସମସ୍ୟା ପ୍ରତି ଯତ୍ନ ନିଅନ୍ତୁ।
ଶୁଭଅକ୍ଷର: ଇ, ଦ ଏବଂ ନ।
ଶୁଭରତ୍ନ: ହୀରା ଓ ଶ୍ୱେତବୈକ୍ରାନ୍ତମଣି।
ଶୁଭସ୍ଥାନ: ଭୁବନେଶ୍ୱର, ଛତ୍ରପୁର ଓ ଝାରସୁଗୁଡ଼ା।

ସମ୍ବନ୍ଧିତ ଖବର