ମିଳିଲାନି ମହାପ୍ରୟାଣ, କାନ୍ଧରେ ବୁହା ହେଲା ଶବ; ଦେଖନ୍ତୁ ଭିଡିଓ

ବ୍ରହ୍ମପୁର : ମିଳିଲାନି ମହାପ୍ରୟାଣ ଗାଡ଼ି। ଆଉ ମେଡ଼ିକାଲରୁ ଗାଁକୁ ୩ କିଲୋମିଟର ଦୂର କାନ୍ଧରେ ବୁହା ହେଲା ଶବ। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନ ପଦ୍ମପୁର ରାସ୍ତାରୁ ଏଭଳି ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି।

ମିଳିଥିବା ସୂଚନାନୁସାରେ, ପଦ୍ମପୁର ଗ୍ରାମର ଲକ୍ଷ୍ମୀ ଗୌଡ଼ (୬୦) ଅସୁସ୍ଥ ଥିବାରୁ ପୁଅ ବସନ୍ତ ତାଙ୍କୁ ବଡ଼ଗଡ଼ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମେଡ଼ିକାଲରେ ମହାପ୍ରୟାଣ ଗାଡ଼ି ନ ମିଳିବାରୁ ଶେଷରେ ଶବକୁ ବସନ୍ତ ଓ ସଂପର୍କୀୟ ମାନେ କାନ୍ଧେଇ ଗ୍ରାମକୁ ନେଇଥିଲେ। ଏହାର ଏକ ଭିଡ଼ିଓ ବ୍ରହ୍ମପୁରର ଜଣେ ବ୍ୟକ୍ତି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଥିଲେ।

ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ଲକ୍ଷ୍ମୀଙ୍କ ମୃତ୍ୟୁ ଖବର ଆସିନାହିଁ। କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ରେଫର୍ କରାଯାଇଥିଲା। କିନ୍ତୁ ‌ପରିବାରବର୍ଗ ତାଙ୍କୁ ନେଇ ନଥିବା ଜଣାପଡ଼ିଛି। ତେବେ ମେଡ଼ିକାଲ୍ ଅଫିସରକୁ ଏସଂକ୍ରାନ୍ତରେ ରିପୋର୍ଟ ମଗାଯାଇଛି।

ସମ୍ବନ୍ଧିତ ଖବର