ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଆମେରିକାବାସୀଙ୍କୁ ବାଇଡେନଙ୍କ ସମ୍ବୋଧନ: କହିଲେ; ବିଭାଜନ ନୁହେଁ ଯୋଡିବା ହେବ ପ୍ରାଥମିକତା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ବାଇଡ଼େନ୍ ତାଙ୍କର ଏହି ବିଜୟକୁ ଐତିହାସିକ ବୋଲି କହିଛନ୍ତି । ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ସେ ଦେଶବାସୀଙ୍କୁ ନିଜର ପ୍ରଥମ ସମ୍ବୋଧନରେ କହିଛନ୍ତି ଯେ, ରାଷ୍ଟ୍ରପତି ଭାବେ ଦେଶକୁ ସେ ବ୍ଲୁ ଏବଂ ରେଡ଼ ଷ୍ଟେଟ ଭାବେ ଦେଖିବେ ନାହିଁ କେବଳ ୟୁନାଇଡ଼େ ଷ୍ଟେଟ ଅଫ ଆମେରିକା ଭାବେ ଦେଖିବେ । ବିଭାଜନ ନୁହେଁ ଯୋଡିବା ହେବ ପ୍ରାଥମିକତା । ଆମେରିକାବାସୀ ତାଙ୍କ ଉପରେ ବିଶ୍ୱାସ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି । ଆମ ପାଖରେ ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରିବାର ଶକ୍ତି ରହିଛି ବୋଲି କହିଛନ୍ତି ଜୋ ବାଇଡ଼େନ୍ ।

ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇ ସେ କହିଛନ୍ତି, ସମସ୍ତ ଆମେରିକାବାସୀଙ୍କର ରାଷ୍ଟ୍ରପତି ଭାବେ ସେ କାମ କରିବେ । ଦେଶକୁ ଏକଜୁଟ ହୋଇ ଆଗକୁ ବଢିବାକୁ ହେବ ବୋଲି ବାଇଡେନ କହିଛନ୍ତି । ଏଥିସହ ଭାରତୀୟ ବଂଶୋଦ୍ଭବ କମଳା ହାରିସ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏହି ପଦବୀ ଗ୍ରହଣ କରିବାରେ ସେ ହେବେ ଆମେରିକାର ପ୍ରଥମ ମହିଳା ।

2020 Election: Wall Street spent over $74 million to back Joe Biden
CNBC.com

ସୂଚନା ମୁତାବକ, ପେନସିଲଭାନିଆରେ ବିଜୟୀ ହେବା ପରେ ବାଇଡେନ୍ ମ୍ୟାଜିକ ନମ୍ବର ଟପି ଯାଇଥିଲେ । ବହୁମତ ପାଇଁ ୨୭୦ ଇଲେକଟୋରାଲ ଭୋଟ ରହିଥିବାବେଳେ ବାଇଡେନଙ୍କୁ ୨୭୩ ଭୋଟ ମିଳିଥିଲା ।  ବାଇଡେନଙ୍କ ବିଜୟ ସହ ଆମେରିକାରେ ଏକ ନୁଆ ଅଧ୍ୟାୟ ଆରମ୍ଭ ହୋଇଛି । ହ୍ୱାଇଟ ହାଉସରେ ଟ୍ରମ୍ପ ଶାସନର ଅନ୍ତ ଘଟିଛି ଓ ଡେମୋକ୍ରାଟ ଦଳ ପୁଣି କ୍ଷମତାକୁ ଫେରିଛି । ସେହିପରି ୧୯୯୨ ମସିହା ପରେ ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପ୍ରତି ନିର୍ବାଚିତ ନହେବାରେ ପ୍ରଥମ ରାଷ୍ଟ୍ରପତି ବିବେଚିତ ହୋଇଛନ୍ତି ।

ସମ୍ବନ୍ଧିତ ଖବର