ବାଲେଶ୍ବର ସଦର : ଦ୍ବାଦଶ ରାଉଣ୍ଡ ଗଣତି ଶେଷ; ବିଜେଡି ପ୍ରାର୍ଥୀ ୫୭୧୩ ଭୋଟରେ ଅଗୁଆ

ବାଲେଶ୍ୱର : ବାଲେଶ୍ୱରରେ ଦ୍ବାଦଶ ରାଉଣ୍ଡ ଗଣତି ଶେଷ ହୋଇଥିବାର ସୂଚନା ମିଳିଛି। ଏହି ରାଉଣ୍ଡରେ ବିଜେଡି ତାର ଅଗୁଆ ରହିବାର ଧାରାକୁ ବଜାୟ ରଖିଛି। ଦଶମ ରାଉଣ୍ଡରେ ବିଜେଡି ୭୪୪, ଏକାଦଶ ରାଉଣ୍ଡରେ ୧୭୧ ଏବଂ ଦ୍ବାଦଶ ରାଉଣ୍ଡରେ ୬୨୪  ଭୋଟରେ ଆଗରେ ରହିଛି। ଏଯାବତ୍ ବିଜେଡି ସର୍ବମୋଟ୍ ୫୭୧୩ ଭୋଟରେ ବିଜେପିଠାରୁ ଆଗୁଆ ରହିଛି। ଦ୍ବାଦଶ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୩୪୧୮ଟି ଭୋଟ୍ ପାଇଥିବା ବଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ୨୭୯୪ ଭୋଟ ପାଇଛନ୍ତି।

ନବମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୪୨୮୪ ‌ଟି ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତ  ୩୮୮୦ଟି ଭୋଟ ପାଇଛନ୍ତି ଏବଂ ବିଜେଡି ୪୦୪ଟି ଭୋଟରେ ଆଗୁଆ ରହିଛି।  ଅଷ୍ଟମ ରାଉଣ୍ଡରେ ମଧ୍ୟ ବିଜେଡି ଆଗରେ ଥିଲା। ବିଜେଡି ୪୨୮୦ଟି ଭୋଟ୍ ପାଇବାକୁ ଥିବା ବେଳେ ବିଜେପି୨୯୨୯ ଭୋଟ ପାଇଥିଲା।

ସପ୍ତମ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ୪୮ଟି ଭୋଟରେ ଆଗୁଆ ଥିଲେ । ଏହି ରାଉଣ୍ଡରେ ସେ  ୩୨୩୬ ଓ  ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୩୧୮୮ ଭୋଟ ପାଇଥିଲେ। ସେହିପରି ସପ୍ତମ ରାଉଣ୍ଡରେ କଂଗ୍ରେସ ପ୍ରାର୍ଥୀ ମାତ୍ର ୧୪ଟି ଭୋଟ ପାଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ୨୬ଟି ଭୋଟ୍ ପାଇଥିଲେ।  ଅପରପକ୍ଷରେ ଷଷ୍ଠ ରାଉଣ୍ଡରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ୬୯୪ଟି ଭୋଟରେ ଆଗୁଆ ରହି ଥିଲେ। ଏହି ରାଉଣ୍ଡରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ୩୭୧୬ ଓ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୩୦୨୨ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ୧୯୯ଟି ଭୋଟ ମିଳିଥିଲା। ତବେ ସମୁଦାୟ ଭାବେ ଦେଖିଲେ ଏଯାବତ୍ ବିଜେଡି ୨୪୬୪ ଭୋଟରେ ଆଗରେ ରହିଛି।

ସୂଚନାଯୋଗ୍ୟ, ପଞ୍ଚମ ରାଉଣ୍ଡରେ ବିଜେଡିକୁ ୪୪୬୭ ଓ ବିଜେପିକୁ ୩୯୩୨ ଭୋଟ୍ ମିଳିଥିଲା। ବାଲେଶ୍ୱରରେ ଚତୁର୍ଥ ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୧୧୮୫ ଭୋଟରେ ଆଗୁଆ ରହିଥିଲେ। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ମୋଟ୍ ୨୬୭୧ ଭୋଟରେ ଆଗରେ ଥିଲେ। ଚତୁର୍ଥ ରାଉଣ୍ଡରେ ବିଜେଡିକୁ ୪୦୭୯ଟି ଭୋଟ ମିଳିଥିବା ବେଳେ ବିଜେପିକୁ ୨୮୯୪ଟି ଭୋଟ ମିଳିଥିଲା। ତୃତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୩୨୧୫ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୨୮୯୪ଟି ଭୋଟ ଏବଂ କଂଗ୍ରେସକୁ ମିଳିଥିଲା ୩୨୫ଟି ଭୋଟ। ଏହି ରାଉଣ୍ଡରେ ବିଜେଡି ୩୧୬ ଭୋଟ ଆଗରେ ଥିଲା।

ପ୍ରଥମ ରାଉଣ୍ଡରେ ସେ ୬୧୫ ଭୋଟରେ ଆଗୁଆ ଥିବା ବେଳେ ଏହି ସଂଖ୍ୟା ଦ୍ବିତୀୟ ପର୍ଯ୍ୟାୟରେ ସାମାନ୍ୟ କମିଥିଲା। ବାଲେଶ୍ବରରେ ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୩୬୬୯ ଭୋଟ ମିଳିଥିବା ବେଳେ ବିଜେପିକୁ ୩୨୩୦ଟି ଭୋଟ ମିଳିଥିବା ସୂଚନା ରହିଥିଲା। ସେହିପରି କଂଗ୍ରେସ ପ୍ରାର୍ଥୀଙ୍କୁ ୯୪୦ଟି ଭୋଟ ମିଳିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ୭୨ଟି ମିଳିଥିଲା। ତେଣୁ ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ସମୁଦାୟ ୧୦୫୪ ଭୋଟରେ ଆଗୁଆ ରହିଥିଲା। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ୩୪୫୯ଟି ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୨୮୪୪ଟି ଭୋଟ୍ ମିଳିଥିଲା । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୫୨୩ଟି ଭୋଟ୍ ପାଇଥିଲେ ଏବଂ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ୨୮ ଖଣ୍ଡ ଭୋଟ୍ ପାଇବାରେ ସକ୍ଷମ ହୋଇଥିଲେ ।

ସମ୍ବନ୍ଧିତ ଖବର