କଟକ ଆଇଟିଏଟି କାର୍ଯ୍ୟ‌ାଳୟ ଉଦ୍‌ଘାଟନ ଆଜି, ଭିଡିଓ କନ୍‌ଫେରେନ୍ସିଂରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଜି କଟକସ୍ଥିତ ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ (ଆଇଟିଏଟି)ର ଅତ୍ୟାଧୁନିକ କାର୍ଯ୍ୟାଳୟ ଓ ଆବାସିକ ପରିସରର ଉଦ୍‌ଘାଟନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିବେ।

ସୂଚନା ଅନୁସାରେ, ଅପରାହ୍ନ ୪ଟା ୩୦ ମିନିଟ୍‌ ସମୟରେ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ଓ ବିଚାରପତିଗଣ, ଆୟକର ଆପିଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ପି ପି ଭଟ୍ଟ, ସିବିଡିଟିର ଅଧ୍ୟକ୍ଷ ପି ସି ମୋଦି, ଆଇଟିଏଟିର ଉପାଧ୍ୟକ୍ଷ ତଥା ଦେଶର ବିଭିନ୍ନ ବାର୍‌ ଆସୋସିଏସନ୍‌ମାନଙ୍କର ସଦସ୍ୟମାନେ ଯୋଗଦେବେ। ଆଇଟିଏଟିର ଅଧ୍ୟକ୍ଷ ବିଚାରପତି ପି ପି ଭଟ୍ଟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କଟକଠାରେ ଆଇଟିଏଟି ୫୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରିଆସୁଛି। ଅତ୍ୟାଧୁନିକ କାର୍ଯ୍ୟାଳୟରେ ଇ-କୋର୍ଟ ବ୍ୟବସ୍ଥା ଯୋଗୁଁ ଆଇଟିଏଟି କଟକ କୋଲକାତା ଜୋନ୍‌ର ମାମଲାର ଶୁଣାଣି କରିବାରେ ସମର୍ଥ ହୋଇ ପାରିବ । ଉଦ୍‌ଘାଟନ ଅବସରରେ ଆଇଟିଏଟି ଉପରେ ଏକ ଇ-କଫି ଟେବୁଲ୍ ପୁସ୍ତିକା ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ରହିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର