ସାତକୋଶିଆରେ ବନ୍ୟଜନ୍ତୁ ଶିକାର ପାଇଁ ଫାସ ବିଛାଇଲେ ୨ ଶିକାରୀ, ଗିରଫ କଲା ବନ ବିଭାଗ

ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ଜିଆଇ ତାରରେ ଫାସ ବସାଉଥିବା ବେଳେ ବନ ବିଭାଗ ସେଠାରେ ଅଚାନକ ଚଢ଼ାଉ କରି ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶମ୍ଭୁନାଥ ବେହେରା(୩୦) ଓ ବିଭୂତି ମୁଖୀ(୨୬)।

ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ପୁରୁଣାକୋଟ ସଂରକ୍ଷିତ ଜଙ୍ଗଲର କୋର ଏରିଆ କମ୍ପାର୍ଟମେଣ୍ଟ-୬ରେ ଆଜି ସକାଳେ ବନ୍ୟଜନ୍ତୁ ଶିକାର କରିବା ପାଇଁ ଜିଆଇ ତାର ବ୍ୟବହାର କରି ଶିକାରୀମାନେ ଫାସ ବସାଉଥିବା ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା।

ଖବର ପାଇ ସକାଳ ୫ଟାରେ ଫରେଷ୍ଟ ଗାର୍ଡ ଡଲି ଦେହୁରୀଙ୍କ ସହିତ ପୁରୁଣାକୋଟ-ଏ ବିଟ୍‌ର କର୍ମଚାରୀମାନେ ସେଠାରେ ଅଚାନକ ଚଢ଼ାଉ କରିଥିଲେ। ସେଠାରେ ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ଫାସ ବସାଉଥିବା ପୁରୁଣାକୋଟ ଗ୍ରାମର ଶମ୍ଭୁନାଥ ବେହେରା ଓ ବିଭୂତି ଙ୍କୁ ବନ କର୍ମଚାରୀମାନେ କାବୁ କରି ଗିରଫ କରିଥିବା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର