ଏମଭି-୨୫ ଗ୍ରାମରେ ବନ ବିଭାଗର ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଜବତ

ମାଲକାନଗିରି: ବନ ବିଭାଗ ତରଫରୁ ଏମଭି-୨୫ ଗ୍ରାମର ପ୍ରଶାନ୍ତ ମଣ୍ଡଳଙ୍କ ଘରେ ଚଢ଼ାଉ କରାଯାଇଛି। ପ୍ରଶାନ୍ତଙ୍କ ଘରୁ ଲକ୍ଷାଧିକ ଟଙ୍କାର କାଠ ଗଣ୍ଡି  ଏବଂ କାଠ ପଟ୍ଟା ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ ଏକ ଟିମ ନେଇ ଏମଭି-୨୫ ଗ୍ରାମରେ ଚଢ଼ାଉ କରିଥିଲେ। ଏହି ଗ୍ରାମର ପ୍ରଶାନ୍ତଙ୍କ ଘରେ ଲକ୍ଷାଧିକ ଟଙ୍କାର କାଠ ରହିଥିବା ସୂଚନା ମିଳିଥିଲା।
ବେଆଇନ ଭାବେ ପ୍ରଶାନ୍ତ ନିଜ ଘରେ କାଠ ଗଛିତ ରଖିଥିବା ଜଣାପଡିଥିଲା। ଏହି ଚଢ଼ାଉରେ ପ୍ରଶାନ୍ତ ଘରୁ ୫୦ ଖଣ୍ତ କାଠ ପଟ୍ଟା, ୮ଟି କାଠ ଗଣ୍ଡି ଜବତ କରାଯାଇଛି। ପ୍ରାୟ ୨ ଲକ୍ଷ ଟଙ୍କାର କାଠ ହେବ ବୋଲି ବନ ବିଭାଗ ପକ୍ଷରୁ ପ୍ରକାଶ। ଏହି ଚଢ଼ାଉରେ ରେଞ୍ଜର ଜଗନ୍ନାଥ ବିଷୋୟୀଙ୍କ ସମେତ ଫୋରେଷ୍ଟର ମୁରଲୀଧର ଅନୁଗୁଳିଆ, ରାଜେଶ କୁମାର ସେଠୀ, ମୋହନ ଗୁଡ଼ିଆ, ଦିବାକର ଜେନା ତଥା ସମସ୍ତ ବନରକ୍ଷୀ ଉପସ୍ଥିତ ଥିଲେ ।
ସମ୍ବନ୍ଧିତ ଖବର