ପାଟନାରେ ୩.୫ ତୀବ୍ରତାର ଭୂକମ୍ପ

ପାଟନା : ବିହାରର ପାଟନା ଅଂଚଳରେ ସୋମବାର ରାତି ୯ଟା ୨୩ରେ ଭୂକମ୍ପ ଅନୁଭୂତ ହୋଇଛି। ନାଳନ୍ଦା, ପାଟନା ଏବଂ ଏହାର ନିକଟବର୍ତ୍ତୀ ଅଂଚଳରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ୩.୫ ରହିଥିଲା। ନାଳନ୍ଦାଠାରୁ ୨୦ କିମି ଉତ୍ତର ପଶ୍ଚିମ ଦିଗରେ ଏହି ଭୂକମ୍ପର କେନ୍ଦ୍ର ରହିଥିଲା ଏବଂ ଏହାର ଗଭୀରତା ୫ କିମି ଥିଲା। ଭୂକମ୍ପ ପରବର୍ତ୍ତୀ କମ୍ପନ ଅନୁଭୂତ ହୋଇନଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥବା ରିପୋର୍ଟ ନାହିଁ।

ସମ୍ବନ୍ଧିତ ଖବର