ନୂଆପଡ଼ାରେ ବାଲ୍ୟ ବିବାହ ଅଟକାଇଲା ପ୍ରଶାସନ

ନୂଆପଡ଼ା : ନୂଆପଡା ଜିଲ୍ଲା ସଦର ବ୍ଲକ୍‌ ଜାମପାଣି ପଞ୍ଚାୟତ ଅଞ୍ଚଳରେ ଚାଲିଥିବା ଏକ ବାଲ୍ୟ ବିବାହକୁ ବନ୍ଦ କରିଛି ପ୍ରଶାସନ।

ପ୍ରକାଶ ଯେ, ଏହି ଗାଁରେ ଜଣେ ୧୬ ବର୍ଷ ୭ ମାସ ବୟସର ଝିଅର ବିବାହ ହେବାକୁ ଯାଉଥିଲା। ଏ ସଂପର୍କରେ ଖବର ପାଇ ନୂଆପଡ଼ା ଚାଇଲ୍‌ଡଲାଇନ ଓ ଆଇସିଡିଏସ୍‌ର ମିଳିତ ଆନୁକୂଲ୍ୟରେ ପଦକ୍ଷେପ ନିଆଯାଇଥିଲା। ଚାଇଲ୍‌ଡଲାଇନ କେନ୍ଦ୍ର ସଂଯୋଜକ ମୁକେଶ ଯୋଷୀ, କାଉନସେଲର ହୋସନା ଅକ୍ତରୀ, ସଦସ୍ୟା ମନଶ୍ବିନୀ ସାହୁ, ନୂଆପଡ଼ା ସିଡିପିଓ ଶାନ୍ତା ବାରିକ, ମଣ୍ଡଳ ପରିଦର୍ଶିକା ବସୁଧା ବାଘାଲ, ଜୋଙ୍କ ଥାନା ଶିଶୁ ମହିଳା ହେଲ୍ପ ଡେସ୍କ ଏସଆଇ ଭାରତୀ ନାୟକ ଗାଁରେ ପହଞ୍ଚିଥିଲେ। ଗ୍ରାମର ଭଗବାନ ନାୟକ, ଅଙ୍ଗନବାଡ଼ି କର୍ମୀଙ୍କ ଉପସ୍ଥିତିରେ ଅଧିକାରୀମାନେ ନାବାଳିକାଙ୍କ ପରିବାର ଲୋକଙ୍କୁ ବୁଝାଇଥିଲେ। ଚୁକ୍ତିନାମାରେ ପରିବାର ଲୋକଙ୍କ ସ୍ଵାକ୍ଷର କରାଇବା ସହ ବାହାଘରକୁ ଅଟକାଇଥିଲେ। ଉକ୍ତ ନାବାଳିକାର କୌଣସି ଯତ୍ନ ସୁରକ୍ଷାରେ ଅବହେଳା ନକରିବାକୁ ମଧ୍ୟ ପରିବାର ଲୋକଙ୍କୁ ସଚେତନ କରିଥିଲେ।

ସମ୍ବନ୍ଧିତ ଖବର