ଜଙ୍ଗଲରେ ନିଆଁ ଲଗାଇ ଜଣେ ଗିରଫ

କାଳିଆପାଣି/ଭୁବନେଶ୍ବର: ଟମକା ରେଞ୍ଜ କଂସ ଫରେଷ୍ଟ୍‌ ସେକ୍ସନ ଅନ୍ତର୍ଗତ ଟିକରପଡ଼ା ମୌଜା ସଂଲଗ୍ନ ଦୈତାରୀ ସୁରକ୍ଷିତ ଜଙ୍ଗଲରେ ପୋଡ଼ୁ ଚାଷ ଯୋଜନାରେ ନିଆଁ ଲଗାଉଥିବା ବେଳେ ଗତକାଲି ଜଣେ ଯୁବକ ବନ ବିଭାଗ ହାତରେ ଧରାପଡ଼ିଛି। ଅଭିଯୁକ୍ତ ଜଣକ ସେହି ଗାଁର ଗୋବିନ୍ଦ ଜୁଆଙ୍ଗ(୨୨) ବୋଲି ସୂଚନା ମିଳିଛି। ଆଜି ଗୋବିନ୍ଦକୁ କେସ୍ ନଂ ୨୧୩/୨୦୨୦-୨୧ ଓ ବନ ସରକ୍ଷଣ ଆଇନ(୧୯୭୨) ଆଧାରରେ କ‌ୋର୍ଟ ଚାଲାଣ କରାଯାଇଥିବା ନେଇ ବନପାଳ ଗଣେଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ବନ ବିଭାଗ ଚଢ଼ଉର ପ୍ରାକ୍‌ ସୂଚନା ପାଇ ଫେରାର ହୋଇଯାଇଥିବା ଅନ୍ୟ ୨ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ବନପାଳ କହିଛନ୍ତି।

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ପୁଣି ଜଣେ ଯୁବକକୁ ଧରିଲା ବନଭିବାଗ। ମୟୂରଭଂଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜର ଗୁଡିଡିହା ସଂରକ୍ଷିତ ଜଙ୍ଗଲରେ ଜଣେ ଯୁବକ ମଙ୍ଗଳବାର ଜଙ୍ଗଲରେ ନିଆଁ ଲଗାଇ ଶିକାର ପାଇଁ ଫାଶ ବିଛାଉ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଯୁବକ ଜଣଙ୍କ ହେଲେ କରଞ୍ଜିଆ ଥାନା ଖଡିକୁଦର ଗାଁର ସାଲୁ ତିଉ। ତେବେ ବନ ବିଭାଗ ଯୁବକକୁ ଗିରଫ କରି ଦୁଧିଆଣି ରେଞ୍ଜ କାର୍ଯ୍ୟାଳୟକୁ ଆଣି ଅଧିକା ପଚାରା ଉଚାରା କରୁଛି । ଗିରଫ ଯୁବକ ପାଖରୁ ୨୨ ଟି ୪୧୫ ଫୁଟର ଫାଶ ଜବତ କରିଛି ବନବିଭାଗ । ସେ ଠେକୁଆ ଶିକାର କରିବା ପାଇଁ ଏଇ ଫାଶକୁ ବ୍ୟବହାର କରୁଥିଲା । ଆଜି ଗିରଫ ଯୁବକକୁ କୋର୍ଟ ଚାଲାଣ କରିବ ବନଭିବାଗ ।

ସୂଚନାଯୋଗ୍ୟ ସୋମବାର ମଧ୍ୟ ଶିମିଳିପାଳ ଜଙ୍ଗଲରେ ନିଆଁ ଲଗାଉଥିବା ସମୟରେ ଜଣେ ଯୁବକଙ୍କୁ ବନ ବିଭାଗ ଗିରଫ କରିଥିଲା। କରଞ୍ଜିଆ ଦୁଧିଆଣି ରେଞ୍ଜ ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଯଶୀପୁର ଥାନା ଆମ୍ବତଳିଆ ଗ୍ରାମର ପ୍ରଧାନ ହେମ୍ବ୍ରମ ନିଆଁ ଲାଗଉଥିଲା। ପ୍ରଧାନକୁ ନିଜ ହେପାଜାତକୁ ଆଣି ବନବିଭାଗ ଅଧିକ ପଚରାଉଚରା କରିଥିଲା।

ସମ୍ବନ୍ଧିତ ଖବର