ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟିନେଲେ ୮ ଲକ୍ଷ ଟଙ୍କା

ଜେନାପୁର: ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଲୁଟ କରି ଲୁଟେରା ଲୁଟିନେଲେ ୮ ଲକ୍ଷ ଟଙ୍କା | ଯାଜପୁର ଜିଲ୍ଲା ଅନ୍ତର୍ଗତ ଜେନାପୁର ଥାନା ଅଂଚଳରେ ଆଜି ମଧ୍ୟାହ୍ନରେ ଏଭଳି ଏକ ବଡ ଧରଣର ଲୁଟ ହୋଇଛି | ମିଳିଥିବା ସୂଚନା ମୁତାବକ ଜେନାପୁର ଥାନାର କନ୍ତପଡାଠାରେ ନୀଳାଚଳ ଟ୍ରେଡ଼ର୍ସ ପେଟ୍ରୋଲ ପମ୍ପ ଥିବାବେଳେ ଆଜି ଏହାର କର୍ମଚାରୀ ଟଙ୍କା ଜମା ପାଇଁ ବ୍ୟାଙ୍କକୁ ଯାଉଥିଲେ |

ଅପରାହ୍ନ ୧୨ଟାରେ ପେଟ୍ରୋଲ ପମ୍ପ କର୍ମଚାରୀ ୮ ଲକ୍ଷ ଟଙ୍କା ନେଇ କବାଟବନ୍ଧ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆକୁ ଜମା କରିବା ପାଇଁ ବାଇକରେ ଯାଉଥିଲେ | ତେବେ ବାରକଣା ଖେଳ ପଡିଆ ପାଖରେ ଡକାୟତମାନେ ଖଣ୍ଡା ଭୁଜାଲି ଦେଖାଇ ଧମକ ଦେଇଥିଲେ | ଟଙ୍କା ନ ଦେଲେ ଜୀବନରୁ ମାରିଦେବାର ଧମକ ଦେଇଥିଲେ |

ଆଉ ଭୟରେ କର୍ମଚାରୀ ଜଣକ ଟଙ୍କା ବ୍ୟାଗ ଦେଇଦେଇଥିଲେ | ଏହି ବଡଧରଣର ଲୁଟ ବାବଦରେ ଜଣାପଡିବା ପରେ ଯାଜପୁର ଏସଡ଼ିପିଓ, ଜେନାପୁର ଥାନା ଅଧିକାରୀ ଓ କଳିଙ୍ଗନଗର ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି | ପେଟ୍ରୋଲ ପମ୍ପ କର୍ମଚାରୀ ଓ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି |

ସମ୍ବନ୍ଧିତ ଖବର