କରୋନା ପାଇଁ ଏବର୍ଷ ବି ବନ୍ଦ ହେଲା ବାରୁଣୀ ମେଳା, ୧୪୪ ଧାରା ଲାଗୁ

ଯାଜପୁର: କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଯାଜପୁରରେ ବାରୁଣୀ ମେଳାକୁ ବନ୍ଦ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯାଜପୁରର ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ପ୍ରତେକ ବର୍ଷ ମହାସମାରୋହରେ ବାରୁଣୀ ବୁଡ଼ ସହ ବାରୁଣୀ ମେଳା ଅନୁଷ୍ଠିତ ହୋଇଥାଏ । ହେଲେ ପୂର୍ବବର୍ଷ କରୋନା ମହାମାରୀ ପାଇଁ ବନ୍ଦ ଥିଲା ଏହି ବାରୁଣୀ ମେଳା । ସେହିପରି ଏବର୍ଷ ମଧ୍ୟ ପ୍ରସିଦ୍ଧ ବାରୁଣୀ ମେଳାକୁ ବନ୍ଦ କରାଯିବା ସହ ଘାଟ ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି।

ପୁଲିସ ପ୍ରଶାସନ ପକ୍ଷରୁ ଆଜି ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଏଥିସହ ଏପ୍ରିଲ ନିୟମାବଳୀ ଅନୁସାରେ ୨ ଶହ ଲୋକଙ୍କଠାରୁ ଅଧିକ ଲୋକଙ୍କ ସମାଗମ ନ ହେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ  ନୋଟିସ ମଧ୍ୟ ଜାରି କରାଯାଇଛି । ସେଥିପାଇଁ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟ ଓ ସଂଲଗ୍ନ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ୧୪୪ ଧାରା ସହ ଲୋକଙ୍କ ଯାତାୟାତ ଉପରେ ରୋକ ଲଗାଇଥିବା ସୂଚନା ରହିଛି। ଏପଟରେ ଶ୍ରଦ୍ଧାଳୁମାନେ ଆଶା କରି ଆସି ନିରାଶ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର