ଧନେଶ୍ବରଙ୍କ ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ଯୋଗାଉଛନ୍ତି ପାଣି

ଚଣ୍ତିଖୋଲ/ବଡ଼ଚଣା : ନିଜ ଖର୍ଚ୍ଚରେ ପାଣି ଟାଙ୍କି ନିର୍ମାଣ କରିବା ସହ ମଟର ଲଗାଇ ବାଟୋଇଙ୍କୁ ଜଳ ଯୋଗାଇ ଦେଉଛନ୍ତି ଭାକୁଡ଼ ଗ୍ରାମର ସମାଜସେବୀ ଧନେଶ୍ବର ମହାନ୍ତି।

ପ୍ରଚଣ୍ଡ ଖରା ଓ ଗ୍ରୀଷ୍ମପ୍ରବାହ ଯୋଗୁଁ ବଡ଼ଚଣା-ବାଲିଚନ୍ଦ୍ରପୁର ପୂର୍ତ୍ତ ବିଭାଗ ରାସ୍ତାର ଭାକୁଡ଼ ଗ୍ରାମ (ଦୋସମାଳି ଛକ) ଠାରେ ପାନୀୟଜଳ ସମସ୍ୟା ରହିଥିଲା। ଏହି ଇଲାକାର କୌଣସି ସ୍ଥାନରେ ସ୍ବଚ୍ଛ ମଧୁର ଜଳ ନ ଥିବାରୁ ଏହି ରାସ୍ତା ଦେଇ ଯାଉଥିବା ବାଟୋଇ ତଥା ସ୍ଥାନୀୟ ଲୋକେ ପାଣି ପାଇଁ ହଇରାଣ ହେଉଥିଲେ। ଦୋସମାଳି ଛକଠାରେ ବିଭାଗ ପକ୍ଷରୁ ଗୋଟିଏ ପାଣି ଟ୍ୟାପ ବସା ଯାଇଥିଲା। ଏଥିରୁ ବେଶ ଭଲ ପାଣି ବାହାରିବାରୁ ଧନେଶ୍ବର ମହାନ୍ତି ଏଠାରେ ଏକ ବଡ଼ ପାଣି ଟାଙ୍କି ନିର୍ମାଣ କରିବା ସହିତ ମଟର ଲଗାଇ ସମସ୍ତଙ୍କୁ ପାନୀୟଜଳ ଯୋଗାଇ ଦେଉଛନ୍ତି। ଟାଙ୍କି ନିର୍ମାଣ ଓ ମଟର କିଣିବା ବାବଦକୁ ସେ ନିଜ ହାତରୁ ୪୨ ହଜାର ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର