ଜନ୍ମଦିନ ଅବସରରେ ପ୍ରଶଂସକ ଶୁଭେଚ୍ଛା ବାର୍ତ୍ତା ଦେବା ପରେ ଭିଡିଓ ଜାରି କରି ଧନ୍ୟବାଦ ଜଣାଇଲେ ସଚିନ

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କର ଆଜି ୪୮ ତମ ଜନ୍ମଦିବସ ଉପଲକ୍ଷେ ସୋସିଆଲ୍‌ ମିଡିଆରେ ପ୍ରଶଂସକମାନେ ଶୁଭେଚ୍ଛା ବାର୍ତ୍ତା ଦେବା ପରେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏହି ଉଦୀୟମାନ ତାରକା। ସେ ତାଙ୍କ ସୋସିଆଲ୍‌ ମିଡିଆ ସାଇଟ୍‌ରେ ପ୍ରଶଂସକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସେ ଏକ ପୋଷ୍ଟ୍‌ କରି ଲେଖିଛନ୍ତି, ‘ସମସ୍ତଙ୍କୁ ମୋର ହ୍ୟାଲୋ। ଆପଣମାନଙ୍କ ଜନ୍ମଦିନ ଶୁଭେଚ୍ଛା ପାଇଁ ଅନେକ ଧନ୍ୟବାଦ। ଏହା ମୋ ଦିନକୁ ସ୍ବତନ୍ତ୍ର ବନାଇଛି। ଗତ ମାସ ମୋ ପାଇଁ ବହୁ କଠିନ ଥିଲା। କାରଣ ମୁଁ କରୋନା ପଜିଟିଭ୍‌ ହୋଇଥିଲି। ସେଥିପାଇଁ ମୋତେ ୨୧ ଦିନ ଅଲଗା ହୋଇ ରହିବାକୁ ପଡ଼ିଥିଲା।’ ସଚିନ ତାଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ଭିଡିଓ ସେୟାର୍‌ କରି ପ୍ରଶଂସକମାନଙ୍କୁ ସେମାନଙ୍କ ଶୁଭେଚ୍ଛା ସକାଶେ ଧନ୍ୟବାଦ ଅର୍ପଣ କରିଛନ୍ତି।

 

 

View this post on Instagram

 

A post shared by Sachin Tendulkar (@sachintendulkar)

ସେ ୨୦୨୧ ମସିହା ଏପ୍ରିଲ୍‌ ୨୪ ତାରିଖରେ ୪୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସଚିନ ୧୯୭୩ ମସିହା ଆଜିର ଦିିନରେ ମୁମ୍ବାଇର ଏକ ମହାରାଷ୍ଟ୍ରୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଗତବର୍ଷ ସେ ସମ୍ମୁଖ କରୋନା ଯୋଦ୍ଧାମାନଙ୍କ ସମ୍ମାନରେ ନିଜ ଜନ୍ମଦିନ ପାଳନ କରିନଥିଲେ। ଏବର୍ଷ ବି ସେ କରୋନା ପାଇଁ ନିଜର ଜନ୍ମଦିନ ପାଳନ କରିନାହାନ୍ତି।

ସମ୍ବନ୍ଧିତ ଖବର