ଆଇପିଏଲ : ବାଙ୍ଗାଲୋର ଆଗରେ ୧୮୦ରନର ବିଜୟ ଲକ୍ଷ୍ୟ ରଖିଲା ପଂଜାବ

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୨୬ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ ।

ଆଜି ବାଙ୍ଗାଲୋର ଦଳ ଟସ ଜିତି ପଂଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପଂଜାବ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଅଧିନାୟକ କେଏଲ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ । ସେ ମାତ୍ର ୫୭ଟି ବଲରୁ ୫ ଛକା, ୭ ଚୌକା ସହ ୯୧ ରନ କରିଥିଲେ । କ୍ରିସ ଗେଲ ମଧ୍ୟ ନିଜର ଚିରାଚରିତ ବିସ୍ଫୋରକ ଶୈଳୀରେ ବ୍ୟାଟିଂ କରି ୨୪ ବଲରୁ ୪୬ ରନ କରିଥିଲେ । ହରପ୍ରିତ ବ୍ରାର ୨୫ ରନ କରିଥିଲେ । ଫଳରେ ପଂଜାବ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୭୯ ରନ କରିଥିଲା । ବାଙ୍ଗାଲୋର ପକ୍ଷରୁ କାଏଲ ଜେମିସନ ୨ଟି, ଡାନିଏଲ ସାମସ,ଯୁଜବେନ୍ଦ୍ର ଚହଲ ଓ ଶାହବାଦ ଅହମଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର