ଦୁଇ ପ୍ରକାର ଇଚ୍ଛା

କଥାଟିଏ - ଯାଯାବର

ଦୁଇ ଜଣ ବୃଦ୍ଧ ସେମାନଙ୍କ ଶେଷ ସମୟରେ ମନପ୍ରାଣ ଦେଇ ଭଗବାନଙ୍କୁ ଡାକୁଥିବାରୁ ଭଗବାନ ସେମାନଙ୍କୁ ଦେଖା ଦେଲେ।

ଭଗବାନ ଜଣେ ବୃଦ୍ଧଙ୍କୁ ଦର୍ଶନ ଦେଇ କହିଲେ- କ’ଣ ମାଗୁଛ ମାଗ। ଆର ଜନ୍ମରେ ତୁମେ ତାହା ଲାଭ କରିବ।

ଭଗବାନଙ୍କ ଠାରୁ ଏଭଳି କଥା ଶୁଣି ବୃଦ୍ଧ ଜଣକ କହିଲେ- ପ୍ରଭୁ ମୋତେ ଏଇ ବର ଦିଅନ୍ତୁ ଯେମିତି ଆର ଜନ୍ମରେ ମୁଁ କେବଳ ପାଇ ଚାଲେ। ଏ ଜନ୍ମରେ ତ ବିଶେଷ କିଛି ମିଳିଲା ନାହିଁ। ଆର ଜନ୍ମରେ ଯେମିତି ସବୁ ଦିନ ମୁଁ ପାଉଥାଏ।
ଭଗବାନ କହିଲେ- ତଥାସ୍ତୁ।

ଆର ବୃଦ୍ଧ ବ୍ୟକ୍ତି ଜଣକୁ ଭଗବାନ ଦେଖା ଦେଇ ଯେତେବେଳେ ସେଇ କଥା କହି ବର ମାଗିବାକୁ କହିଲେ, ସେ କହିଲେ- ପ୍ରଭୁ ଆପଣ ମୋତେ ଏଇ ଆଶୀର୍ବାଦ ଦିଅନ୍ତୁ, ଯେମିତି ମୁଁ ଆର ଜନ୍ମରେ କେବଳ ଦେଇ ଚାଲେ।

ଭଗବାନ କହିଲେ ତଥାସ୍ତୁ।

ଦୁଇ ଜଣ ଯାକ ଏକ ସମୟରେ ପୁନର୍ଜନ୍ମ ପାଇଲେ। ସେମାନେ ସେଇ ଗୋଟିଏ ଗାଁରେ ଜନ୍ମ ଲାଭ କଲେ। ଯେଉଁ ବ୍ୟକ୍ତି କେବଳ ପାଇବାର ଇଚ୍ଛା ରଖିଥିଲେ ଏକ ଭିକାରି ହୋଇ ଜନ୍ମ ହେଲେ। ସେ ଜୀବନ ଯାକ ଭିକ୍ଷା ଥାଳ ଧରି ବୁଲିଲେ ଏବ˚ ସବୁ ଦିନ କେବଳ ପାଇ ଚାଲିଲେ।

ଆର ଜଣକ ସେଇ ଗାଁର ସବୁଠାରୁ ଧନୀ ହୋଇ ଜନ୍ମ ହେଲେ। ସେ ଅନ୍ୟଙ୍କୁ ଅକାତରେ ଦେଇ ଚାଲିଲେ। ଦାନ କରିବା ଲାଗି ସେ ସମର୍ଥ ହୁଅନ୍ତୁ ବୋଲି ଭଗବାନ ମଧ୍ୟ ତାଙ୍କୁ କେବଳ ଅଧିକରୁ ଅଧିକ ଧନୀ କରି ଚାଲିଲେ।

ସମ୍ବନ୍ଧିତ ଖବର