୩ ସନ୍ତାନର ମା’ର ଉଗ୍ରରୂପ, ଟାଙ୍ଗିଆ ଚୋଟରେ ସ୍ୱାମୀ ଗୁରୁତର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ତଲସେରା ଗ୍ରାମ ସ୍ଥିତ ଡାଏରଡାଣ୍ଡ୍ ବସ୍ତିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ଘଟଣା ଘଟିଛି ବିଳମ୍ବିତ ରାତିରେ l ସ୍ତ୍ରୀ ଉତକ୍ଷୀପ୍ତ ହୋଇଛି ଭିଆଇଛି ଏଭଳି ଘଟଣାକୁ I ଶ୍ୟାମ ସୁନ୍ଦର ସାହୁ ନାମକ ବ୍ୟକ୍ତି ୩୫ ତାଙ୍କ ସ୍ତ୍ରୀ ଅନିତା ସାହୁ (୩୫) ଉତକ୍ଷୀପ୍ତ ହୋଇଛି ଟାଙ୍ଗିଆ ରେ ନିଜ ସ୍ୱାମୀ ମୁଣ୍ଡରେ ପ୍ରବଳ ପ୍ରହାର କରିବା ଫଳରେ ସ୍ଵାମୀ ଶ୍ୟାମ ସୁନ୍ଦର ସାହୁ ଗୁରୁତର ହୋଇଥିଲେ I ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମରେ ବୀରମିତ୍ରପୁର ସରକାରୀ ଚିକିତ୍ସାଳୟ ପରେ ରାଉରକେଲାକୁ ସ୍ଥାନାନ୍ତର କରିଥିଲେ I କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସମ୍ବଲପୁର ବୁର୍ଲା ମେଡିକାଲକୁ ପଠାଇ ଦିଆଯାଇଛି l ସେଠାରେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଜଣା ପଡିଛି l

ଘଟଣା ଥିଲା କିଛି ଏମିତି ଶ୍ୟାମ ସୁନ୍ଦର ସାହୁ ଓ ତାଙ୍କ ସ୍ତ୍ରୀ ଅନିତା ସାହୁ ୯ ବର୍ଷ ପୂର୍ବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ l ସେମାନଙ୍କ ଅଉରସରୁ ତିନିଟି ସନ୍ତାନ ଅଛନ୍ତି l ତେବେ ନିଜର ସ୍ତ୍ରୀ ଓ ସନ୍ତାନ ଥାଇ ମଧ୍ୟ ଘରକୁ ଅନ୍ୟ ଏକ ସ୍ତ୍ରୀକୁ ସମସ୍ତଙ୍କ ଉପସ୍ଥିତି ଅନୈତିକ ସମ୍ପର୍କ ରଖିଥିବାରୁ ପ୍ରଥମ ସ୍ତ୍ରୀ ବାରମ୍ବାର ଏହି ଘଟଣା ସବୁ ଦେଖି ରାଗରେ ଉତ୍‌କ୍ଷିପ୍ତ ହୋଇ ଟାଙ୍ଗିଆରେ ସ୍ଵାମୀର ମୁଣ୍ଡକୁ ପ୍ରହାର କରିଥିଲା l ତାଙ୍କର ଅନୈତିକ ସମ୍ପର୍କ ହିଁ ତାଙ୍କୁ ଆଜି ଏ ଅବସ୍ଥାକୁ ନେଇଛି l ତେବେ ଏ ଘଟଣାକୁ ନେଇ ବୀରମିତ୍ରପୁର ଥାନାରେ ଅଭିଯୋଗ ହେବା ପରେ ସ୍ଥାନୀୟ ପୁଲିସ ଓ ସାଇଣ୍ଟିଫିକ୍ ଦଳ ଘଟଣାସ୍ଥଳକୁ ଯାଇ ବିଭିନ୍ନ ପ୍ରକାର ଯାଂଚ କରିବା ସହ ଟାଙ୍ଗିଆକୁ ଜବତ କରିଥିଲେ I ଘଟଣା ଘଟାଇ ଥିବା ଅନିତା ସାହୁକୁ ପୁଲିସ ବୀରମିତ୍ରପୁର ଥାନାକୁ ନେଇ ପଚରା ଉଚରା କରୁଛି I

ସମ୍ବନ୍ଧିତ ଖବର