ମାଟ୍ରିକରେ ଶିକ୍ଷା ବିକାଶ ସମିତିର ସଫଳତା, ୫୮୨ ନମ୍ବର ରଖିଛନ୍ତି ୪ ଜଣ

ଭୁବନେଶ୍ୱର : ଶିକ୍ଷା ବିକାଶ ସମିତି, ଓଡ଼ିଶା ଆନୁକୁଲ୍ୟରେ ପରିଚାଳିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ୨୦୨୧ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ରେଜଲ୍ଟ କରି ସଂଗଠନକୁ ଗୌରବାନ୍ବିତ କରିଛନ୍ତି। ମୋଟ ୧୯ ହଜାର ୨୫୨ ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ‘ଏ-୧’ରେ ୧୧୮୫, ‘ଏ-୨’ରେ ୫ ହଜାର ୨୫, ‘ବି-୧’ରେ ୬ ହଜାର ୬୦୯, ‘ବି-୨’ରେ ୪ ହଜାର ୩୪୪, ‘ସି’ରେ ୨୦୫୬, ‘ଡି’ରେ ୬୮୭ ଓ ‘ଇ’ ଗ୍ରେଡରେ ୩୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସରସ୍ବତୀ ବିଦ୍ୟା ମନ୍ଦିର, କେଶବଧାମ, କଟକର ଛାତ୍ର ତପନ କୁମାର ମହାନ୍ତ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଅନୁଗୁଳର ଛାତ୍ର ସୌମ୍ୟ ସୌରଭ ତ୍ରିପାଠୀ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବରମୁଣ୍ଡାର ଛାତ୍ରୀ ସୁଶ୍ରୀ ସ୍ବୟଂପ୍ରଭା ଚହଟରାୟ ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନୀଳକଣ୍ଠନଗର ଛାତ୍ରୀ ସୁଶ୍ରୀ ଅନ୍ବେଷା ମହାରଣା ୫୮୨ ନମ୍ବର ରଖି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବିକାଶ ସମିତି, ଓଡ଼ିଶାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଛି।

ସମ୍ବନ୍ଧିତ ଖବର