୧.୪୬ ଲକ୍ଷ କୋଟିର ଶିଳ୍ପ ପ୍ରକଳ୍ପ ମଞ୍ଜୁର: ଭୂଷଣ, ଟାଟା, ଜେଏସ୍‌ପିଏଲ୍‌, ରୁଙ୍ଗଟା ମାଇନ୍ସ ନିବେଶ କରିବେ

କେନ୍ଦୁଝରରେ ସ୍ଥାପନ ହେବ ମେଗା ଇସ୍ପାତ ପ୍ରକଳ୍ପ, ରାଜ୍ୟର ଇସ୍ପାତ ଉତ୍ପାଦନ କ୍ଷମତା ଦ୍ବିଗୁଣିତ ହେବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ-ସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ବୈଠକରେ ଆଜି ୧.୪୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ୫ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୨୬,୯୫୯ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଜି ବୈଠକରେ ଭୂଷଣ ପାୱାର ଆଣ୍ଡ୍ ଷ୍ଟିଲ୍ ଲିମିଟେଡ୍‌, ଟାଟା ଷ୍ଟିଲ୍, ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍ ଓ ରୁଙ୍ଗ୍‌ଟା ମାଇନ୍ସ ଲିମିଟେଡ୍‌ର ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଜରିଆରେ ରାଜ୍ୟରେ ଅତିରିକ୍ତ ୨୭.୫ ଏମ୍‌ଟିପିଏ ଇସ୍ପାତ ଉତ୍ପାଦନ ହେବ। ଫଳରେ ୨୦୩୦ ସୁଦ୍ଧା ୧୦୦ ଏମ୍‌ଟିପିଏ ଇସ୍ପାତ ଉତ୍ପାଦନ ଲାଗି ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ହାସଲ କରିବାରେ ଏହି ପ୍ରକଳ୍ପଗୁଡ଼ିକ ବିଶେଷ ସହାୟକ ହେବ। ୨୦୦୦ ମସିହାରେ ରାଜ୍ୟର ଇସ୍ପାତ ଉତ୍ପାଦନ

ସମ୍ବନ୍ଧିତ ଖବର