ରାଜ୍ୟରେ ରେକର୍ଡ ଟିକାକରଣ: ଟିକା ନେଲେ ୩.୮୯ଲକ୍ଷରୁ ଅଧିକ ହିତାଧିକାରୀ

ଭୁବନେଶ୍ବର : ରାଜ୍ୟରେ ଆଜି ରେକର୍ଡ ଟିକାକରଣ ହୋଇଛି। ଗୋଟିଏ ଦିନରେ ୩ଲକ୍ଷ ୮୯ହଜାର ୭୨୭ଜଣ ହିତାଧିକାରୀ ଟିକା ନେଇଛନ୍ତି। ରାଜ୍ୟ ସରକାର ସେ‌ପ୍ଟେମ୍ବର ମାସ ପାଇଁ ଦୈନିକ ସାଢ଼େ ୩ଲକ୍ଷରୁ ଅଧିକ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ତା’ଠାରୁ ଯଥେଷ୍ଟ ଅଧିକ ଲୋକ ଟିକା ନେଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨କୋଟି ୩୨ଲକ୍ଷ ୧୮ହଜାର ୬୭୯ ଡୋଜ୍ ଟିକା ଦିଆଗଲାଣି। ଆଜି ରାଜ୍ୟରେ ୧୫୪୪ ଟିକାକରଣ ଅଧିବେଶନ ଆୟୋଜିତ ହୋଇଥିଲା। ଏଥି‌ରେ ୧୮-୪୪ବର୍ଗରେ ୧ଲକ୍ଷ ୯୩ହଜାର ୩୩୧ ପ୍ରଥମ, ୪୯,୧୧୮ ଦ୍ବିତୀୟ ଡୋଜ୍ ନେଇଛନ୍ତି। ସେହିପରି ୪୫ବର୍ଷରୁ ଅଧିକ ୭୭,୩୭୬ ପ୍ରଥମ ଓ ୬୭,୩୧୦ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ୩ଲକ୍ଷ ୫୨ହଜାର ୧୮୬ ସ୍ବାସ୍ଥ୍ୟକର୍ମୀ ଶତପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ସେହିପରି ୮୪ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇ ସାରିଲେଣି। ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୯୯ ପ୍ରତିଶତ ପ୍ରଥମ ଓ ୮୨ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇଛନ୍ତି। ସେହିପରି ୧୮-୪୪ବର୍ଗରେ ୪୪ ପ୍ରତିଶତ ପ୍ରଥମ ଓ ୪୫ବର୍ଷରୁ ଅଧିକ ୭୧ ପ୍ରତିଶତ ହିତାଧିକାରୀ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ସେହିପରି ରାଜ୍ୟରେ ଏ ପର୍ଯ୍ୟନ୍ତ ୧ଲକ୍ଷ ୧୦ହଜାର ୫୩୨ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଛି। ଆସନ୍ତାକାଲି ରାଜ୍ୟରେ ୧୬୧୨ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର