ଶାହରୁଖଙ୍କ ସପକ୍ଷରେ ରାହୁଲ: କୌଣସି ପିଲାକୁ ଏଭଳି ବ୍ୟବହାର ଠିକ୍‌ ନୁହେଁ

ନୂଆଦିଲ୍ଲୀ: ବରି‌ଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ ଗିରଫ ହେବା ମାମଲାରେ ଶାହରୁଖ୍‌ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ୍‌ଙ୍କ ସପକ୍ଷରେ ବାହାରିଥିଲେ। ଗତମାସ ୧୪ ତାରିଖରେ ରାହୁଲ ସେମାନଙ୍କ ପାଖକୁ ଏକ ଚିଠି ଲେଖିଥିଲେ। ସେଥିରେ ରାହୁଲ କହିଥିଲେ, ଶାହରୁଖ ଏବଂ ଗୌରୀ ଖାନ୍‌ ଏଭଳି କଷ୍ଟଦାୟକ ସମୟ ଦେଇ ଗତି କରିବାରେ ସେ ଖୁବ୍‌ ଦୁଃଖିତ। ତେବେ କୌଣସି ପିଲାକୁ ବି ଏଭଳି ବ୍ୟବହାର ଦେଖାଇବା ଉଚିତ୍‌ ନୁହେଁ। ଲୋକମାନଙ୍କ ପାଇଁ ଶାହରୁଖ୍‌ ଏବଂ ଗୌରୀ ଖାନ୍‌ ଖୁବ୍‌ ଭଲ କାମ କରିଛନ୍ତି। ତେଣୁ ଲୋକମାନଙ୍କ ଆଶୀର୍ବାଦ ଏବଂ ସଦିଚ୍ଛା ସେମାନଙ୍କ ସହ ନିଶ୍ଚିତ ରହିବ ବୋଲି ରାହୁଲ ଚିଠି ମାଧ୍ୟମରେ କହିଥିଲେ। ରାହୁଲ ଶାହରୁଖ୍‌ ଏବଂ ଗୌରୀ ଖାନ୍‌ଙ୍କୁ ତାଙ୍କ ସମବେଦନା ଜଣାଇଥିଲେ ଏବଂ ସେମାନେ ପୁଅ ଆର୍ୟନ୍‌ ଖାନ୍‌ଙ୍କ ସହ ଖୁବ୍‌ ଶୀଘ୍ର ମିଶିପାରିବେ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ ଗତ ୩୦ ତାରିଖରେ ଆର୍ୟନ ଜାମିନରେ ବାହାରଛନ୍ତି।

ସମ୍ବନ୍ଧିତ ଖବର