ଭୁବନେଶ୍ବର: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ- ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ଟର୍ମ ପରୀକ୍ଷାରେ, ଓଡ଼ିଆ ବିଷୟ ଏକ ଗୌଣ ବିଷୟ ଭାବେ ସ୍ଥାନ ପାଇଛି । ଏଥିରେ ଲେଖାଯାଇଛି ଏହା ମାଇନର ଲାଂଗୁଏଜ ଅର୍ଥାତ ଗୌଣ ଭାଷା । ସିବିଏସଇ ପାଇଁ ଓଡ଼ିଆ, ଓଡ଼ିଶାରେ ବି ଗୌଣ ଭାଷା ବନି ଯାଇଛି । ଅଭିଯୋଗ ଅନୁସାରେ ଏକଥା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ମଧ୍ୟ ନିଜକୁ ଛୋଟ ମନେ କରୁଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ହେଉଛି ଇଂରାଜୀ ମିଡିୟମ୍ ସ୍କୁଲରେ ପଢ଼ିବା ପରେ ଓଡ଼ିଆ ଭାଷା ପ୍ରତି ଗୁରୁତ୍ୱ କମି ଯାଉଛି, କିନ୍ତୁ ଓଡ଼ିଆକୁ ଗୌଣ ରଖିବା ଫଳରେ ଏହି ଭାଷା ପ୍ରତି ଅନାଗ୍ରହ ସୃଷ୍ଟି ହେବ ବୋଲି କୁହାଯାଇଛି । ସେପଟେ ସିବିଏସଇ ପକ୍ଷରୁ ଏକ ସ୍ପଷ୍ଟିକରଣ ଦିଆଯାଇ କୁହାଯାଇଛି, ପ୍ରଶାସନିକ ସୁବିଧା ପାଇଁ ଏଭଳି ବର୍ଗୀକରଣ କରାଯାଇଛି । ସବୁ ଆଞ୍ଚଳିକ ଭାଷାକୁ ମାଇନର ବା ଗୌଣ ଭାଷା ଭାବେ ସ୍ଥାନିତ କରାଯାଇଛି ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି । କିନ୍ତୁ ପ୍ରଶ୍ନ ଉଠୁଛି ପ୍ରଶାସନିକ ସୁବିଧା ପାଇଁ ଓଡ଼ିଆ ଭାଷାକୁ କେମିତି ଗୌଣ ବର୍ଗରେ ସ୍ଥାନିତ କରାଯାଉଛି ।