ରାଉରକେଲା: ପୌରପାଳିକା ମାର୍କେଟରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କପଡ଼ା ଓ ସିଲେଇ ମେସିନ ଜଳିପୋଡ଼ି ପାଉଁଶ

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା ନିକଟ ପୌରପାଳିକା ମାର୍କେଟ କମ୍ପ୍ଲେସ ଟେଲରିଙ୍ଗ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଲକ୍ଷାଧିକ ଟଙ୍କାର ଦାମୀ ଶାଢ଼ି, କପଡ଼ା, ସିଲେଇ ମେସିନ ସହ ଅନ୍ୟାନ୍ୟ ଜିନିଷ ଜଳିପୋଡ଼ି ପାଉଁଶ ହୋଇଛି। ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରୁ ମାର୍କେଟରେ ଅନ୍ୟ ଦୋକାନଗୁଡ଼ିକ ନିଆଁ ଦାଉରୁ ବର୍ତ୍ତିଯାଇଛି। କେମିତି ନିଆଁ ଲାଗିଲା ଜଣାପଡିନି। ବିଦ୍ୟୁତ ସଟ ସର୍କିଟ ଅବା ଧୂପ ନିଆଁରୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର