ପୁଲିସ ପଞ୍ଝାରେ ୬ ବେପାରୀ: ୧୦ ଲକ୍ଷର ବ୍ରାଉନସୁଗାର ଜବତ

ରାଉରକେଲା : ପ୍ଲାଣ୍ଟସାଇଟ ପୁଲିସ ପଞ୍ଝାରେ ପଡ଼ିଛନ୍ତି ସହରର ଛଅ ବ୍ରାଉନସୁଗାର ବେପାରୀ। ଅନ୍ୟ ଦୁଇ ଜଣ ଚମ୍ପଟ ମାରିଛନ୍ତି। ଗିରଫ ବେପାରୀମାନେ ହେଲେ ରୋଶନ ରାୟ, ମହମ୍ମଦ ଇଫରାନ ଆଲମ, ନସୀମ, ସାହା ନାୱାଜ ଖାନ, ନୌସାଦ ଖାନ, ବିବେକ ସୋନକର, ବଜରଙ୍ଗ ସାହା ଓ ମହମ୍ମଦ ଜରଦ। ରୋଶନ ସମେତ ଅନ୍ୟ କିଛି ଚୋରା ବେପାରୀଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି।

ଏମାନଙ୍କ ନିକଟରୁ ପୁଲିସ ୩୨୨.୩୪ ଗ୍ରାମର ବ୍ରାଉନସୁଗାର, ଦୁଇଟି ଦେଶୀ ବନ୍ଧୁକ, ସାତଟି ଅଫୁଟା ଗୁଳି, ମୋଟର ବାଇକ, ଦୁଇଟି ସ୍କୁଟି, ନଗଦ ୧.୨୬ ଲକ୍ଷ ଟଙ୍କା, ୬ଟି ମୋବଇଲ, ୨୫ ଲକ୍ଷ ଟଙ୍କାର ଦୁଇଟି ବଣ୍ଡ, ୧୩ ଲକ୍ଷ ଟଙ୍କା ଜମା ଥିବା ପାସବୁକ ସମେତ ଅନ୍ୟାନ୍ୟ କାଗଜପତ୍ର ଜବତ ହୋଇଛି। ଏମାନେ କୋଲକାତା ସମେତ ଅନ୍ୟ ସହରରୁ ବ୍ରାଉନସୁଗାର ଚୋରାରେ ଆଣି ସେଗୁଡିକୁ ଛୋଟ ଛୋଟ ପୁଡିଆ କରି ବିକୁଥିଲେ। ପରେ ପୁଡିଆ ଗୁଟାକୁ ୪୦୦ରୁ ୫୦୦ ଟଙ୍କାରେ ବିକୁଥିଲେ। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର