‘କାଚା ବାଦାମ’ ଗୀତର ଗାୟକ ଭୁବନ କ୍ଷମା ମାଗି କହିଲେ ଏଭଳି କଥା

ନୂଆଦିଲ୍ଲୀ: ‘କାଚା ବାଦାମ’ ଗୀତ ଗାଇ ରାତାରାତି ଇଣ୍ଟରନେଟରେ ଷ୍ଟାର ପାଲଟି ଥିବା ଭୁବନ ବାଦକର  ତାଙ୍କ ବୟାନ ପାଇଁ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ।

ନିକଟରେ ଭୁବନ ବାଦକର ତାଙ୍କର ଏକ ବୟାନରେ କହିଥିଲେ ଯେ ସେ ବର୍ତ୍ତମାନ ଜଣେ ସୁପରଷ୍ଟାର ହୋଇଯାଇଛନ୍ତି, ତେଣୁ ସେ ଆଉ ବାଦାମ ବିକ୍ରି କରିବେ ନାହିଁ। ବର୍ତ୍ତମାନ ସେ ତାଙ୍କ ଏହି ବୟାନ ପାଇଁ କ୍ଷମା ମାଗିଛନ୍ତି ଏବଂ ପୁନର୍ବାର ବାଦାମ ବିକ୍ରି କରିବେ ବୋଲି କହିଛନ୍ତି।

ଭୁବନ ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ସେ ଏକ କାର କିଣିଥିଲେ । ଆଉ ଏହି କାରକୁ ସେ ଚଲାଇବା ଶିଖୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ତାଙ୍କର ଏକ ନୂତନ ଗୀତ ମଧ୍ୟ ଆସୁଛି, ଏହି ଗୀତର ରେକର୍ଡିଂ ପଶ୍ଚିମବଙ୍ଗର ବୋଲପୁରର ଗୋଧୁଲି ଷ୍ଟୁଡିଓରେ କରାଯାଇଛି । ଯେଉଁଥିରେ ସେ ତାଙ୍କ ଦୁର୍ଘଟଣାର କାହାଣୀ ସାମ୍ନାକୁ ଆଣିଛନ୍ତି।

ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଟେଲିଭିଜନ ସୋ’ ‘ଦାଦାଗିରି’କୁ ମଧ୍ୟ ଭୁବନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଯେଉଁଠାରେ ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ନିକଟରେ ସେ ଲୋକମାନଙ୍କ ଟାର୍ଗେଟରେ ଆସିଥିଲେ ଯେତେବେଳେ ସେ କହିଥିଲେ ଯେ ବର୍ତ୍ତମାନ ସେ ଜଣେ ସେଲିବ୍ରିଟି ହୋଇଛନ୍ତି, ତେଣୁ ସେ କଞ୍ଚା ବାଦାମ ବିକ୍ରୟ କରିବେ ନାହିଁ । ସମ୍ପ୍ରତି ସେ ଏହି ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

ସେ କହିଛନ୍ତି, ‘ ଯେ ମୋତେ ଜଣା ନଥିଲା କି ସେଲିବ୍ରିଟିମାନଙ୍କ ସହିତ କ’ଣ ଘଟେ ? ଯଦି ଆବଶ୍ୟକ ହୁଏ ତେବେ ମୁଁ ପୁନର୍ବାର କଞ୍ଚା ବାଦାମ ବିକ୍ରି କରିବି । କାରଣ ସେଲିବ୍ରିଟିର ଅର୍ଥ କ’ଣ ମୁଁ ବୁଝି ନଥିଲି। ଆଜି ସମସ୍ତେ ମୋ ସହିତ ଅଛନ୍ତି । ଯେଉଁ ଦିନ ଲୋକମାନେ ମୋତେ ଛାଡ଼ି ଚାଲିଯିବେ ମୁଁ ପୁନର୍ବାର ବାଦାମ ବିକ୍ରି କରିବି।’

 

 

ସମ୍ବନ୍ଧିତ ଖବର