‘ଦ କଶ୍ମୀର ଫାଇଲ୍ସ’କୁ ହଜମ କରିପାରୁନି କି କଂଗ୍ରେସ? ସୁରଜେୱାଲାଙ୍କ ବୟାନ ପରେ ଆରମ୍ଭ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ: ସାରା ଦେଶରେ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅଭିନେତା ଅନୁପମ ଖେର ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୀତ ଐତିହାସିକ ବିଷୟବସ୍ତୁ ଉପରେ ଆଧାରିତ ‘ଦ କାଶ୍ମୀର ଫାଇଲ୍ସ’ ଶୁକ୍ରବାର ସିନେମା ହଲ୍‌ରେ ରିଲିଜ୍ ହେବା ମାତ୍ରେ ବଡ଼ ସଫଳତା ପାଇଛି। ପ୍ରଥମ ଦିନରେ ଏହା ୩.୫୫ କୋଟି ଟଙ୍କାର ଜବରଦସ୍ତ ରୋଜଗାର କରିଛି। ଏହି ଚଳଚ୍ଚିତ୍ରରେ ୧୯୯୦ ଦଶକ ପୂର୍ବରୁ କଶ୍ମୀରୀ ହିନ୍ଦୁ ଦେଶ ଛାଡିବା ଏବଂ ଜନଶୁଣାଣିକୁ ଚିତ୍ରଣ କରାଯାଇଛି। ପ୍ରତ୍ୟେକ ଭାରତୀୟ ଏହି ଫିଲ୍ମ ଦେଖିବା ଦରକାର ବୋଲି ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିବା ବେଳେ ଏବେ କଂଗ୍ରେସ ଏହାକୁ ହଜମ କରିପାରୁୁନଥିବା ଦେଖାଯାଇଛି।

କଂଗ୍ରେସର ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଆଜି ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ନିଜର ବିରକ୍ତି ପ୍ରକାଶ କରିଛନ୍ତି। ସୁରଜେୱାଲା କହିଛନ୍ତି ଯେ, ଭାରତ ଫିଲ୍ମ ଦ୍ବାରା ନୁହେଁ, ଶାସନ ଓ ନୀତି ଦ୍ବାରା ଚାଲିବ । କଶ୍ମୀରୀ ପଣ୍ଡିତଙ୍କ ହତ୍ୟାରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ଉପରେ କଂଗ୍ରେସ ସରକାର ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ପ୍ରଶ୍ନ ଶୁଣି ସୁରଜେୱାଲା ଅସହଜ ମନେ କରିବା ସହ କହିଥିଲେ ଯେ, ଯେଉଁ ସମୟରେ କଶ୍ମୀରୀ ପଣ୍ଡିତମାନେ ଉପତ୍ୟକାରୁ ସ୍ଥାନାନ୍ତର ହୋଇଥିଲେ, ସେତେବେଳେ କେନ୍ଦ୍ରରେ ବିପି ସିଂଙ୍କ ସରକାର ଥିଲା, ଯାହା ବିଜେପିର ୮୫ ସାଂସଦଙ୍କ ସହଯୋଗରେ ପରିଚାଳିତ ହେଉଥିଲା। ସେହି ସମୟ ମଧ୍ୟରେ ପ୍ରାୟ ୧.୫ ଲକ୍ଷ କଶ୍ମୀରୀ ପଣ୍ଡିତ ଏବଂ ଶିଖ୍ ସ୍ଥାନାନ୍ତର ହୋଇଥିଲେ। ଏହା ସତ୍ତ୍ୱେ ବିଜେପି ବିପି ସିଂଙ୍କ ସରକାରଙ୍କୁ ସମର୍ଥନ ପ୍ରତ୍ୟାହାର କରିନଥିଲା।

The Kashmir Files में दिखाई कड़वी सच्चाई से बौखलाई कांग्रेस, ऐसे निकाली अपनी भड़ास
zeenews

ସେ ଆହୁରି ମଧ୍ୟ କହିଛନ୍ତି ଯେ, କଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ସମୟରେ ବିଜେପି ସହ ଜଡିତ ଜଗମୋହନଙ୍କୁ ରାଜ୍ୟପାଳ ଭାବରେ ସେଠାକୁ ପଠାଯାଇଥିଲା। ସେ କଶ୍ମୀର ପଣ୍ଡିତମାନଙ୍କୁ କହିଥିଲେ ଯେ ସେମାନେ ନିଜ ଜୀବନ ରକ୍ଷା କରିପାରିବେ ନାହିଁ। ସେହି ସମୟରେ ଦେଶରେ କେବଳ ଗୋଟିଏ ଦଳ ଏବଂ ଜଣେ ବ୍ୟକ୍ତି ଥିଲେ ଯିଏ କଶ୍ମୀରୀ ପଣ୍ଡିତଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ବିରୋଧ କରିଥିଲେ। ସେହି ବ୍ୟକ୍ତି ଥିଲେ ରାଜୀବ ଗାନ୍ଧୀ। ତାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ସଂସଦରେ ସରକାରଙ୍କୁ ଘେରି ଜାଗ୍ରତ ହେବାକୁ ଏବଂ କିଛି କରିବାକୁ କହିଥିଲେ। ଏହା ପରେ ବିଜେପି ବିପି ସିଂ ସରକାରଙ୍କୁ ସମର୍ଥନ ପ୍ରତ୍ୟାହାର କରିଥିଲା।

ସମ୍ବନ୍ଧିତ ଖବର