ଇସ୍ତଫା ଦେବାର ଦିନକ ପରେ କଂଗ୍ରେସ ଉପରେ ବର୍ଷିଲେ ସିଦ୍ଧୁ

ଚଣ୍ଡୀଗଡ଼: ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ହୋଇଥିବାବେଳେ ଭଗବତ ମାନ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଉ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ନବଜୋତ ସିଂ ସିଦ୍ଧୁ ଆମ୍ ଆଦମୀ ପାର୍ଟିକୁ ପ୍ରଶଂସା କରି କଂଗ୍ରେସ ବିରୋଧରେ ଜୋରଦାର ବର୍ଷିଛନ୍ତି | ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଅଭିନନ୍ଦନ ଜଣାଇ ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ ପଞ୍ଜାବରେ ମାନ ଏକ ନୂତନ ମାଫିଆ ବିରୋଧୀ ଯୁଗକୁ ଆରମ୍ଭ କରିଛନ୍ତି ।

ତାଙ୍କ ଦଳର ପରାଜୟ ପରେ ପଞ୍ଜାବର ଲୋକଙ୍କୁ ଆପକୁ ବାଛିବାରେ ଏକ ଭଲ ନିଷ୍ପତ୍ତି ନେଇଛନ୍ତି ବୋଲି କିଛି ଦିନ ତଳେ ସିଦ୍ଧୁ କହିଥିଲେ | କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଟୁଇଟ୍ କରି କହିଛନ୍ତି, “ସବୁଠାରୁ ଖୁସି ବ୍ୟକ୍ତି ହେଉଛନ୍ତି ସିଏ ଯିଏ କିଛି ଯାହାଠାରୁ କେହି ଆଶା କରନ୍ତି ନାହିଁ। ଭଗବତ ମାନ ପଂଜାବବାସୀଙ୍କ ମଧ୍ୟରେ ଆଶାର ନୂଆ ସଞ୍ଚାର କରିଛନ୍ତି ଓ ଏକ ନୂତନ ମାଫିଆ ବିରୋଧୀ ଯୁଗର ଆରମ୍ଭ କରିଛନ୍ତି। ଆଶା କରାଯାଉଛି ଯେ ସେ ପଞ୍ଜାବକୁ ପୁନରୁତ୍ଥାନର ପଥରେ ଫେରାଇ ଆଣିବେ। ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି ଯେ ଯେ କଂଗ୍ରେସରେ ଆଭ୍ୟନ୍ତରୀଣ ଲଢେଇ ଯୋଗୁଁ ଦଳ ଅପମାନଜନକ ପରାଜୟର ସମ୍ମୁଖୀନ ହୋଇଛି। ନିର୍ବାଚନ ପୂର୍ବରୁ ସିଦ୍ଧୁ ଓ କ୍ୟାପଟେନ ମୁହାଁମୁହିଁ ହୋଇଥିଲେ | ଏମିତିକି ସିଦ୍ଧୁ, କ୍ୟାପଟେନଙ୍କ ନାମରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଥିଲେ |


ଡ୍ରଗ୍ସ ମାଫିଆଙ୍କୁ ସୁରକ୍ଷା ଦେଉଥିବାର କ୍ୟାପଟେନଙ୍କ ନାମରେ ଅଭିଯୋଗ ଆଣିଥିଲେ | ଏହା ପରେ କଂଗ୍ରେସ ପକ୍ଷରୁ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦବୀରୁ ହଟାଇ ଚରଣଜିତ୍ ସିଂ ଚନ୍ନିଙ୍କୁ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିଲା | ସିଦ୍ଧୁଙ୍କୁ ପିସିସି ସଭାପତି କରାଯାଇଥିଲେ ବି ଉଭୟ ସିଦ୍ଧୁ ଓ ଚନ୍ନିଙ୍କୁ ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡିଥିଲା।

ସମ୍ବନ୍ଧିତ ଖବର