କନିଷ୍ଠ ମହିଳା ହକି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷିତ, ଟିମ୍‌ରେ ସ୍ଥାନ ପାଇଲେ ୨ ଓଡ଼ିଆ ଖେଳାଳି

ଭୁବନେଶ୍ବର: କନିଷ୍ଠ ମହିଳା ହକି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଜୁନିଅର ମହିଳା ହକି ବିଶ୍ୱକପ ଦଳରେ ଦୁଇ ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଲେ ସୁନ୍ଦରଗଡ଼ର ଜୀବନ କିଶୋରୀ ଟପ୍ପୋ ଏବଂ ଆଜମିନା କୁଜୁର। ଏହା ବ୍ୟତୀତ ଷ୍ଟାଣ୍ଡ ବାଏ ଖେଳାଳି ଭାବେ ଓଡିଶାର ଜଣେ ଖେଳାଳିକୁ ହକି ଇଣ୍ଡିଆ ସ୍ଥାନ ଦେଇଛି।‌ ସେ ହେଲେ ସୁନ୍ଦରଗଡ଼ର ଗୋଲ କିପର ମାଧୁରୀ କିଣ୍ଡୋ।

ସୂଚନାଯୋଗ୍ୟ, ଓମିକ୍ରନ ଯୋଗୁଁ ସ୍ଥଗିତ ହୋଇଥିବା ଏହି ବିଶ୍ୱକପ ଆସନ୍ତା ଏପ୍ରିଲ ୧ ରୁ ୧୨ ତାରିଖ ଯାଏ ଦକ୍ଷିଣ ଆଫ୍ରିକାରେ ଖେଳାଯିବ। ୨୦ ଜଣିଆ ଦଳ ଏବଂ ୫ ଜଣିଆ ଷ୍ଟାଣ୍ଡ ବାଏ ଖେଳାଳି ହକି ଇଣ୍ଡିଆ ପକ୍ଷରୁ ଘୋଷଣା ହୋଇଛି। ଭାରତୀୟ ଟିମ୍‌ରେ ସଲିମା ଟେଟେଙ୍କୁ ଅଧିନାୟକ, ଇସିକା ଚୌଧୁରୀଙ୍କୁ ଉପଅଧିନାୟକ କରାଯାଇଛି।ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଏପ୍ରିଲ ୨ ତାରିଖରେ ୱେଲ୍ସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର