ମାହାଙ୍ଗା ଗଣହତ୍ୟା ମାମଲାରେ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଆବଶ୍ୟକ ପଡ଼ିଲେ କାଇମ୍‌ ସିନ୍ ରିକ୍ରିଏସନ କରାଯିବ: ଏସ୍‌ଡିପିଓ

କଟକ: ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ଗୋଟିଏ ପରିବାରର ୫ ଜଣଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯିବା ଘଟଣାରେ ସାଲେପୁର ଏସ୍‌ଡିପିଓ ବିମଳ ବାରିକ ପ୍ରତିକ୍ରିୟା ଦେଇଛନ୍ତି। ୫ ଜଣଙ୍କର ପୋଷ୍ଟମର୍ଟମ ସରିବା ପରେ କଟକସ୍ଥିତ ଏସ୍‌ସିବି ପରିସରରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏସ୍‌ଡିପିଓ କହିଛନ୍ତି ହତ୍ୟାକାଣ୍ଡ ପୂର୍ବରୁ ନିଶାଦ୍ରବ୍ୟର ବ୍ୟବହାର କରାଯାଇଥିଲା କି ନାହିଁ ଏ ନେଇ ମଧ୍ୟ ଯାଞ୍ଚ୍ କରାଯିବ। ଘଟଣାର ସବୁ ଦିଗକୁ ନଜରରେ ରଖି ତଦନ୍ତ କରାଯାଉଛି। ଶବ ବ୍ୟବଛେଦ କରୁଥିବା ଡାକ୍ତରଙ୍କ ସହ ଆମେ ଯୋଗାଯୋଗରେ ଅଛୁ। ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଆବଶ୍ୟକ ପଡ଼ିଲେ କ୍ରାଇମ୍‌ ସିନ୍‌ ରିକ୍ରିଏସନ କରାଯିବ।

ସୂଚନାଯୋଗ୍ୟ, ଗତକାଲି ରାତିରେ ଜମିଜମା ବିବାଦରୁ ବଡ଼ଭାଇର ପୂରା ପରିବାରକୁ ସାନଭାଇ ଶିବପ୍ରସାଦ ସାହୁ ନିଶ୍ଚିହ୍ନ କରିଦେଇଛି। ବଡ଼ଭାଇ ଅଲେଖ ସାହୁ (୪୪), ପତ୍ନୀ ରଶ୍ମିରେଖା ପୃଷ୍ଟି (୩୮), ବଡ଼ପୁଅ ସ୍ମୃତି ସାଇଲ ସାହୁ (୧୭), ସାନପୁଅ ସ୍ମୃତି ସୌରଭ (୧୪) ଓ ଝିଅ ସ୍ମୃତିସନ୍ଧ୍ୟା ସାହୁ (୧୯)ଙ୍କ ହତ୍ୟା କରିବା ପରେ ନାଟକୀୟ ଢଙ୍ଗରେ ଭିଡିଓ ଭାଇରାଲ୍‌ କରି ନିଜର ଦୋଷ ସ୍ବୀକାର କରିବା ସହିତ ସାନଭାଇ ଥାନାରେ ଆତ୍ମସମର୍ପଣ କରିଛି। କିନ୍ତୁ ଜଣେ ବ୍ୟକ୍ତି ଏଭଳି ୫ ଜଣଙ୍କୁ ହତ୍ୟା କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ବି ବଢ଼ିବାରେ ଲାଗିଛି। ଏହାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି। ।

 

ସମ୍ବନ୍ଧିତ ଖବର